Latest Odisha News

BREAKING NEWS

ଯୁଦ୍ଧର ନାଁ କରୋନା; ଯୋଦ୍ଧାର ନାଁ ଲବ ଅଗ୍ରୱାଲ୍‌ !

ନୂଆଦିଲ୍ଲୀ: ସେ ହେଉଛନ୍ତି କରୋନା ଯୁଦ୍ଧର ସେନାପତି । ଦେଶର ବହୁଚର୍ଚ୍ଚିତ ଆଇଏଏସ୍ ଅଫିସର । ଯାହାଙ୍କୁ ଦେଶ ୪୦ରୁ ଅଧିକ ଦିନ ଧରି ଟିଭି ସ୍କ୍ରିନ୍‌ରେ ଅପରାହ୍ନ ୪ଟାରେ ପ୍ରତିଦିନ ଶୁଣିଆସୁଛି । ଖାସ କରୋନାଭାଇରସ୍ ସମ୍ବନ୍ଧୀୟ ସୂଚନା ପାଇଁ । ସେ ହେଉଛନ୍ତି କେନ୍ଦ୍ର ସରକାରଙ୍କ ମିଷ୍ଟଭାଷୀ ମୁଖପାତ୍ର ଲବ ଅଗ୍ରୱାଲ୍ ।

ଦେଖିବାକୁ ବେଶ ସାଧାସିଧା ଲବ ଅଗ୍ରୱାଲ୍ କରୋନା ବିରୋଧୀ ଲଢେଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚେହେରା ଓ ସ୍ୱର ପାଲଟିଛନ୍ତି । ତାଜା ସ୍ଥିତିରେ ସେ ବିଶ୍ୱର ଦ୍ୱିତୀୟ ଜନବହୁଳ ଦେଶ ଭାରତରେ କୋଭିଡ୍‌-୧୯ର ପରିସ୍ଥିତିକୁ ଅନୁଧ୍ୟାନ କରୁଛନ୍ତି ।

ଏହି ୪୮ ବର୍ଷିୟ ଆଇଏଏସ୍ ଅଫିସର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟରେ ଯୁଗ୍ମ ସଚିବ ଭାବେ କୋଭିଡ-୧୯ ସଂପର୍କରେ କେନ୍ଦ୍ର ସରକାରଙ୍କ ପ୍ରବକ୍ତା ସାଜିଛନ୍ତି ।

ଆନ୍ଧ୍ରପ୍ରଦେଶର ବିଭିନ୍ନ ବିଭାଗରେ କିଛି ବର୍ଷ ଧରି କାମ କରିବା ପରେ ୨୦୧୬ରେ ସେ ଦିଲ୍ଲୀରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟରେ ଯୁଗ୍ମ ସଚିବ ଭାବେ ଯୋଗ ଦେଇଥିଲେ । କରୋନା ବିରୋଧୀ ଲଢେଇରେ ସରକାରଙ୍କ ଚେହେରା ସାଜିଥିବା ଆଇଏଏସ ଅଫିସର ଲବ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସହ କୋଭିଡ-୧୯ ସମ୍ବନ୍ଧୀୟ ଆଲୋଚନାରେ ଭାରତର ପ୍ରତିନିଧୀତ୍ୱ କରିଥାନ୍ତି ।

ସାଥି କର୍ମଚାରୀଙ୍କ ଅନୁଯାୟୀ ବେଶ ମାପଚୁପ ଓ ସରଳ ଭାବେ କଥାବାର୍ତ୍ତ। କରୁଥିବା ଆଇଏଏସ ଅଫିସର ଲବ କେବେ ବି କାହାକୁ ତାଗିଦ ଭରା କଣ୍ଠରେ ବାର୍ତ୍ତ।ଳାପ କରିନାହାନ୍ତି । ଏପରିକି ଗଣମାଧ୍ୟମକୁ ତଥ୍ୟ ପ୍ରଦାନ କଲାବେଳେ ସବୁବେଳେ ବନ୍ଧୁତ୍ୱପୂର୍ଣ୍ଣ ମନୋଭାବ ପୋଷଣ କରିଥାନ୍ତି ।

୧୯୯୬ ବ୍ୟାଚର ଆନ୍ଧ୍ର କ୍ୟାଡର ଅଫିସର ଅଗ୍ରୱାଲ ପ୍ରଥମେ ଦିଲ୍ଲୀ ଆଇଆଇଟିରେ ମେକାନିକାଲ ଇଂଜିନିଅରିଂ କରିବା ପରେ ସିଭିଲ୍ ସର୍ଭିସ୍‌ରେ ଯୋଗଦେଇଥିଲେ । ପ୍ରଥମେ ବାପାଙ୍କ ଇଛା ବିରୋଧରେ ଚାର୍ଟର୍ଡ ଆକାଉଣ୍ଟାଣ୍ଟ ବଦଳରେ ଦିଲ୍ଲୀ ଆଇଆଇଟି ଓ ପରେ ବାପାଙ୍କ ଉତ୍ସାହରେ ସିଭିଲ୍ ସର୍ଭିସ ପରୀକ୍ଷା ଦେଇ ୨୧ତମ ସ୍ଥାନ ହାସଲ କରିଥିଲେ ।

Leave A Reply

Your email address will not be published.