Latest Odisha News

BREAKING NEWS

ପଶ୍ଚିମବଙ୍ଗରେ ଏକା ଲଢ଼ିବ ଟିଏମସି, ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବେ ମମତା

କୋଲକାତା: ଲୋକସଭା ନିର୍ବାଚନ ପଶ୍ଚିମବଙ୍ଗରୁ ଏକା ଲଢ଼ିବେ ମମତା ବାନାର୍ଜି । ଯାହାର ଅଭିଯାନ ମମତା ଆଜି କୋଲକାତାର ବ୍ରିଗ୍ରେଡ ପରେଡ ଗ୍ରାଉଣ୍ଡରେ ‘ଜନ ଗର୍ଜନ ସଭା’ରୁ କରିବା ନେଇ ସୂଚନା ରହିଛି । ଏହି ସଭାରେ ମମତା ରାଜ୍ୟର ସମସ୍ତ ୪୨ଟି ଆସନର ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଏସବୁ ଖବରରୁ ଗୋଟିଏ କଥା ସ୍ପଷ୍ଟ ହେଉଛି କି ମହାମେଣ୍ଟରୁ ଅଲଗା ହୋଇ ଟିଏମସି ପଶ୍ଚିମବଙ୍ଗରେ ଏକାକି ସରକାର ଗଢ଼ିବା ନେଇ ଅଣ୍ଟା ଭିଢ଼ିଛି ।

ଏହା ପ୍ରଥମ ଥର ଦଳ ବ୍ରିଗ୍ରେଡ ପରେଡ୍ ଗ୍ରାଇଣ୍ଡରେ ବଡ଼ ରାଲିରେ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବେ । ରାଲି ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିର୍ ସୋସିଆଲ ମିଡିୟାରେ ଏକ ଭିଡିଓ ସେୟାର କରିଥିଲେ । ଏହି ଭିଡିଓରେ ଲୋକଙ୍କୁ ରାଲିରେ ସାମିଲ ହେବାକୁ ମମତା ଅପିଲ କରିଥିବା ଦେଖିବାକୁ ମିଳିଛି ।

ଭିଡିଓରେ ମମତା କହିଛନ୍ତି ପଶ୍ଚିମବଙ୍ଗର ଧର୍ଯ୍ୟ ଏବଂ ବ୍ୟବହାରକୁ ତାର ଦୁର୍ବଳତା ଭାବିବା ଉଚିତ ନୁହେଁ । ଏହି ରବିବାର ଦିନ ବ୍ରିଗେଡ୍ ଗ୍ରାଉଣ୍ଡରେ ଜନ ଗର୍ଜନ୍ ସଭା ହେବ। ବଙ୍ଗଳାର ସୁରକ୍ଷିତ ଭବିଷ୍ୟତ ପାଇଁ ଆମ ସହିତ ଯୋଗ ଦିଅନ୍ତୁ ବୋଲି ଜନସାଧାରଣଙ୍କୁ ଅପିଲ କରିଛନ୍ତି ମମତା ।

କିଛି ଦିନ ପୂର୍ବରୁ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଟିଏମସିକୁ ଭଦୋହି ଆସନ ଅଫର କରିଥିବା ସୂଚନା ରହିଛି । ଏହା ବଦଳରେ ଟିଏମସି ସପାକୁ ପଶ୍ଚିମବଙ୍ଗରେ ଏକ ଆସନ ଦେବା ନେଇ ଚର୍ଚ୍ଚା ହୋଇଛି ।  ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ କିରଣ ମୟ ନନ୍ଦା ଭଦୋହି ଆାସନରୁ ଟିଏମସିର ଲଲିତେଶ ପତି ତ୍ରିପାଠୀଙ୍କୁ ପ୍ରାର୍ଥି କରିବା ନେଇ ସୂଚନା ଦେଇଛନ୍ତି । ସପା ଏବଂ କଂଗ୍ରେସ ଭିତରେ ଉତ୍ତର ପ୍ରଦେଶରେ ଆସନ ଅଦଳବଦଳକୁ ନେଇ ପ୍ରଥମରୁ ହିଁ ନିଶ୍ଚିତ ଥିଲା ।

Leave A Reply

Your email address will not be published.