Latest Odisha News

BREAKING NEWS

ଲଣ୍ଡନର ଜନଗହଳି ସ୍ଥାନରେ ଆତଙ୍କବାଦୀର ଉନ୍ମକ୍ତ କାଣ୍ଡ: ପୋଲିସ ଗୁଳିରେ ମୃତ

ଲଣ୍ଡନ : ଲଣ୍ଡନର ଏକ ଜନଗହଳି ରାସ୍ତାରେ ଜଣେ ଆତଙ୍କବାଦୀ ଉନ୍ମକ୍ତ କାଣ୍ଡ ଘଟାଇଛି । ଦକ୍ଷିଣ ଲଣ୍ଡନ ଅଂଚଳରେ ଛୁରୀରେ ସେ କେତେ ଜଣ ବ୍ୟକ୍ତିଙ୍କୁ ରକ୍ତାକ୍ତ କରିବା ପରେ ପୋଲିସ ଗୁଳିରେ ମୃତ୍ୟୁବରଣ କରିଛି ।

ଏହି ଆକ୍ରମଣରେ ଜଣେ ବ୍ୟକ୍ତିର ଡାକ୍ତରଖାନାରେ ମୃତ୍ୟୁ ଘଟିଛି । ପ୍ରାରମ୍ଭିକ ତଦନ୍ତରେ ପୋଲିସ ଏହାକୁ ଆତଙ୍କାବଦୀ ଘଟଣା ସହିତ ଯୋଡିଛି । ଯୁବକର ପରିଚୟ ଏ ପର୍ଯ୍ୟନ୍ତ ମିଳି ନାହିଁ । ଘଟଣାର ଜୋରସୋରରେ ତଦନ୍ତ ଚାଲିଛି ।

ପୋଲିସ ଯୋଜନାବଦ୍ଧ ଭାବେ ଉକ୍ତ ଆତଙ୍କବାଦୀକୁ ଘେରାଉ କରି ଗୁଳି ମାରିଥିଲା ।

Leave A Reply

Your email address will not be published.