ଭୁବନେଶ୍ୱର: ଏଣିକି ବିଜୁଳି ବିଲ୍ ନଭରିଲେ ତ୍ରାହି ନାହିଁ । ସେସୁ, ନେସ୍କୋ ପରେ ୱେସ୍କୋ ଦେଇଛି ବିଜୁଳି କାଟ୍ର ଚେତାବନୀ । ଆସନ୍ତା ୧୮ ତାରିଖ ସୁଦ୍ଧା ବକେୟା ବିଲ୍ ନଭରିଲେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯିବ । ଏନେଇ ୱେସ୍କୋ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।
ୱେସ୍କୋ ଅନୁସାରେ ବିଭିନ୍ନ ଘରୋଇ କମ୍ପାନୀ ଗୁଡିକ ଉପରେ ପ୍ରାୟ ୨ହଜାର ୧୧୭ କୋଟି ଟଙ୍କାର ବିଜୁଳି ବିଲ୍ ବାକି ଅଛି । ଏହାସହ ଗତ ୨ ବର୍ଷ ମଧ୍ୟରେ ୧ଲକ୍ଷ ୨୫ ହଜାର ୧୭୦ ଜଣ ବିଜୁଳି ଉପଭୋକ୍ତା ବିଜୁଳି ବିଲ୍ ପୈଠ କରିନାହାନ୍ତି । ୨ଲକ୍ଷ ୫୭ ହଜାର ୬୫୧ ଉପଭୋକ୍ତାଙ୍କ ଉପରେ ୨୫ ହଜାରରୁ ଅଧିକ ଟଙ୍କାର ବିଦ୍ୟୁତ ବିଲ୍ ବକେୟା ରହିଛି । ସେହିପରି ୫୦ ହଜାରରୁ ଅଧିକ ଟଙ୍କାର ବିଜୁଳି ବିଲ୍ ବାକି ଥିବା ଗ୍ରାହକଙ୍କ ସଂଖ୍ୟା ରହିଛି ୧ଲକ୍ଷ ୩୪ ହଜାର ୫୬୧ । ଅନ୍ୟପଟେ ଏଚ୍ଟି, ଇଏଚ୍ଟି ନିକଟରେ ୪୦୬ କୋଟି ଟଙ୍କା ବାକି ପଡିଛି ।
ୱେସ୍କୋ ପଶ୍ଚିମ ଓଡ଼ିଶାରେ ୯ଟି ଜିଲ୍ଲାକୁ ସେବା ଯୋଗାଉଛି । ସରକାରଙ୍କ ଚିଠି ଅନୁସାରେ ଫେବୃଆରୀ ମାସ ଶେଷ ସୁଦ୍ଧା ବିଲ୍ ପୈଠ କରାନଗଲେ ବିଜୁଳି ସେବା କାଟି ଦିଆଯିବ । ସେହିପରି ସରକାରୀ କ୍ୱାର୍ଟର ଗୁଡିକ ସମ୍ପର୍କରେ ସରକାର କୌଣସି ଚିଠି ଦେଇନଥିବାରୁ ସେଗୁଡିକର ଆସନ୍ତା ଫେବୃଆରୀ ୧୮ ତାରିଖ ଭିତରେ ବିଜୁଳି କାଟି ଦିଆଯିବ ବୋଲି ସୂଚନା ଦେଇଛି ୱେସ୍କୋ ।
BREAKING NEWS
- ପ୍ରଥମ ଟି୨୦: ଶ୍ରେୟାସଙ୍କ ବିସ୍ଫୋରକ ଶତକ, ୱେଷ୍ଟଇଣ୍ଡିଜ୍କୁ ୮ ୱିକେଟ୍ରେ ହରାଇଲା ଭାରତ
- ମୁଣ୍ଡ ଉପରେ ପୂଜା, ଖାଲ ଭର୍ତ୍ତି ରାସ୍ତାରେ ତୋରଣ
- ଭୁବନେଶ୍ୱର କୁମାରଙ୍କ କମ୍ବ୍ୟାକ୍: ୪ ବର୍ଷ ପରେ ଟିମ୍ ଇଣ୍ଡିଆକୁ ଫେରିଲେ, ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଭାରତୀୟ ଟି୨୦, ଏ’ ଦଳ ଘୋଷଣା
- ମୁଁ ଆପଣଙ୍କୁ ଛୁଇଁପାରିବି କି?’: ଅଭିଷେକ ଶର୍ମାଙ୍କୁ ଦେଖି ହୋସ୍ ହରାଇଲେ ସୁନ୍ଦରୀ ଫ୍ୟାନ୍
- ଅଗରକରଙ୍କ କାର୍ୟ୍ୟକାଳ ଶେଷ: ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ଆନୁଷ୍ଠାନିକ ଭାବେ ଆବେଦନ ଆହ୍ୱାନ
- ଟିମ୍ ଇଣ୍ଡିଆକୁ ବଡ଼ ଝଟ୍କା, ଆହତ ହୋଇ ଦଳରୁ ବାହାରିଲେ ପ୍ରସିଦ୍ଧ କୃଷ୍ଣା
- ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
- HALରେ ୨ୟ ‘ଶକ୍ତି ଇଞ୍ଜିନ୍ ମାନୁଫାକ୍ଚରିଙ୍ଗ୍ ଲାଇନ୍’ର ଉଦ୍ଘାଟନ କଲେ ରାଜନାଥ ସିଂହ
- ପାକିସ୍ତାନ ଗୁପ୍ତଚର ମାମଲାରେ ଆନ୍ଧ୍ର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ୧୩ ନୌସେନା କର୍ମଚାରୀଙ୍କ ସମେତ ୧୮ ଜଣ ସନ୍ଦିଗ୍ଧ ଓ ୨ ଗିରଫ
- କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ସମ୍ବଲପୁରରେ ୪ ଅଣ୍ଡରପାସ୍ ସହ ଫ୍ଲାଇଓଭର ଦାବି

Comments are closed.