Latest Odisha News

BREAKING NEWS

ଦେଶର ଦୀର୍ଘତମ ରେଳ-ସଡକ ସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଗୌହାଟୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଆସାମର ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମିତ ‘ବୋଗିବିଲ୍’ ପୋଲର ଉଦଘାଟନ କରିଛନ୍ତି ।

ଦେଶର ଦୀର୍ଘତମ ରେଳ-ବ୍ରିଜର ଲମ୍ବା ପାଖାପାଖି ୪.୯ କିମି. ରହିଛି । ଆସାମ ଓ ଅରୁଣାଚଳ ପ୍ରଦେଶ ମଧ୍ୟରେ ଗମନାଗମନ ପାଇଁ ଏହି ପୋଲ ସହାୟକ ହେବ।

ଏହି ପୋଲ ଆସାମ ଓ ଅରୁଣାଚଳ ପ୍ରଦେଶ ମଧ୍ୟରେ ଗମନାଗମନ ସୁଗମ କରିବା ସହିତ ଦିଲ୍ଲୀ-ଦିବ୍ରୁଗଡ଼ ମଧ୍ୟରେ ରେଳଯାତ୍ରା ସମୟ ମଧ୍ୟ ହ୍ରାସ ଘଟାଇବ। ଦିଲ୍ଲୀରୁ ଦିବ୍ରୁଗଡ଼ ରେଳ ଯାତ୍ରା ସମୟ ପ୍ରାୟ ୩ ଘଣ୍ଟା କମିଯିବ ବୋଲି ସୂଚନା ମିଳିଛି ।

ଅନ୍ୟପକ୍ଷରେ ପ୍ରାୟ ୫ କିଲୋମିଟର ଲମ୍ବା ଏହି ପୋଲର ନିର୍ମାଣ ପାଇଁ ୫,୯୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ପୋଲ ୧୨୦ ବର୍ଷ ପର‌୍ୟ୍ୟନ୍ତ ବ୍ୟବହାର ଉପଯୋଗୀ ରହିବ ବୋଲି ପ୍ରକଳ୍ପ ନିର୍ମାଣକାରୀଙ୍କ ସୂତ୍ରରୁ ଜଣାପଡ଼ିଛି।

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବଗୌଡା ୧୯୯୭ ମସିହାରେ ଏହି ବ୍ରିଜର ଶିଳାନ୍ୟାସ କରିଥିଲା ବେଳେ ପ୍ରାୟ ୨୦୦୨ ମସିହାରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଆହୁରି ମଧ୍ୟ ପାଖାପାଖି ୨୧ ବର୍ଷ ପରେ ସମ୍ପୁର୍ଣ୍ଣ ଭାବେ ଏହି ବ୍ରିଜଟିର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଏହି ଡବଲ ଡେକର ବ୍ରିଜରେ ଏକାଥରକେ ଟ୍ରେନ ଓ ଗାଡିମଟର ଯାତାୟାତ କରିପାରିବ ।

Leave A Reply

Your email address will not be published.