Latest Odisha News

BREAKING NEWS

କଂଗ୍ରେସ ଶାସିତ ରାଜ୍ୟରେ ଚାଷୀମାନଙ୍କର ଆଗୁଆ ଖ୍ରୀଷ୍ଟମାସ ପାଳନ

ଭୁବନେଶ୍ୱର : ଦେଶର ସମସ୍ତ କଂଗ୍ରେସ ଶାସିତ ରାଜ୍ୟରେ ବଡଦିନର ଅବ୍ୟବହିତ ପୂର୍ବରୁ ଚାଷୀମାନେ ଖ୍ରୀଷ୍ଟମାସ ପର୍ବ ପାଳନ କରିଛନ୍ତି । ଲାଗୁଛି କୃଷିଋଣ ଛାଡ ପରି ଘୋଷଣାକୁ ଉପହାର ପରି ସାନ୍ତକ୍ଲସ୍ ଚାଷୀମାନଙ୍କୁ ପ୍ରଦାନ କରିଛି । ଏହିସବୁ କଂଗ୍ରେସ ଶାସିତ ରାଜ୍ୟମାନଙ୍କରେ କୃଷକ ମାନଙ୍କ ଲାଗି ପ୍ରାୟ ୬୨ ହଜାର କୋଟି ଟଙ୍କାର ସମ୍ପୂର୍ଣ୍ଣ ଋଣ ଛାଡ ହୋଇଥିବାର ଖବର ମଙ୍ଗଳବାର ଦିନ “ଦ ମିଣ୍ଟ ଓପିନିଅନ”ରେ ପ୍ରକାଶ ପାଇଛି ।

ପୂର୍ବରୁ ସରକାରଙ୍କ କୃଷିଋଣ ଛାଡ କୃଷକମାନଙ୍କର ହିତ ସାଧନ କରିପାରିବ ନାହିଁ ବୋଲି ଏହି ଖବର କାଗଜରେ ଉଲ୍ଲେଖ ହୋଇଥିଲା । କୃଷିଋଣ ଛାଡ ଯୋଜନା ନେଇ ‘ଦ ମିଣ୍ଟ’ କହିଛି- ଖ୍ରୀଷ୍ଟମାସରେ ଉତ୍ତମ ଭୋଜନ ଓ ଉପହାର ଦେଇପାରେ, କିନ୍ତୁ ସ୍କୁଲ ଦେୟ କିମ୍ବା ସ୍ୱାସ୍ଥ୍ୟ ସେବା ନିମନ୍ତେ ଟିକା ଦିଏ ନାହଁ । ସେହିପରି କୃଷିଋଣ ଗ୍ରସ୍ତଚାଷୀମାନେ ନା ସେମାନଙ୍କର କୃଷି କ୍ଷେତ୍ରରେ ଅଭିବୃଦ୍ଧି କରିପାରିବେ ନା ଦାରିଦ୍ର‌୍ୟତାରୁ ମୁକୁଳି ପାରିବେ ।

“ଯେମିତି ସାନ୍ତା କୁନି କୁନି ପିଲାଙ୍କୁ ଭଲ ଜିନିଷ ଉପହାର ଦେଇଥାଏ ସେହିପରି ରାଜନୈତିକ ଦଳ ମାନେ ସେମାନଙ୍କ ନିର୍ବାଚନ ମଣ୍ଡଳୀରେ ଉପହାର ଦେଇଥାନ୍ତି । କିନ୍ତୁ କେହି ଜାଣିନଥାନ୍ତି ଯେ ଯେଉଁମାନେ କର ପ୍ରଦାନ କରୁଥାନ୍ତି ସେହିମାନଙ୍କ ପଇସାରେ ଏହି ଉପହାର ଗୁଡିକୁ ବଣ୍ଟନ କରାଯାଇଥାଏ” ।

ଏହି ଖବର କାଗଜ ମଧ୍ୟ ଉଲ୍ଲେଖ କରିଛି ଏହି ଋଣଛାଡ ଅବଶ୍ୟ କିଛି ସମୟ ଲାଗି ସମସ୍ୟାର ମୁକ୍ତ କରିଥାଏ ।

Leave A Reply

Your email address will not be published.