Latest Odisha News

BREAKING NEWS

ରାଜଧାନୀରେ ପୁଣି ବଡ଼ ଧରଣର ଲୁଟ୍, ସରକାରୀ ବାବୁଙ୍କ ଘରେ କଳାକନା ବୁଲାଇଲେ ଲୁଟେରା

ଭୁବନେଶ୍ୱର: ବର୍ତ୍ତମାନ ଲୁଟେରାଙ୍କ କବଜା ରେ ରାଜଧାନୀ । ପ୍ରତିଦିନ ସହରର ଅନେକ ସ୍ଥାନରେ ଲୁଟର ଶିକାର ହେଉଛନ୍ତି ରାଜଧାନୀବାସୀ । ମୋଟାମୋଟି ଭାବେ କହିବାକୁ ଗଲେ ଏବେ ଅସୁରକ୍ଷିତ ହୋଇପଡିଛନ୍ତି ଭୁବନେଶ୍ବରବାସୀ । ଏନେଇ ଅନେକ ସମୟରେ ଅଭିଯୋଗ କରାଯାଉଥିଲେ ସୁଦ୍ଧା ସେମାନଙ୍କୁ ଧରିବାରେ ଅସଫଳ ରହିଛି କମିଶନରେଟ୍ ପୋଲିସ । ଯାହାକୁ ନେଇ ପୁଣି ଏକ ବଡଧରଣର ଲୁଟ୍ ଖବର ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ପଂଚାୟତିରାଜ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଛୋଟେଲାଲ ଶର୍ମାଙ୍କ ଘରେପଶି କଳାକନା ବୁଲାଇଲେ ଲୁଟେରା । ଖଣ୍ଡଗିରି ତାଳବଣିଆ ସ୍ଥିତ ତାଙ୍କ ବାସଭବନରୁ ପ୍ରାୟ ଲକ୍ଷାଧିକ ଟଙ୍କା ସହ ୮ ଲକ୍ଷ ଟଙ୍କାର ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

ଆଜି ଭୋର ସମୟରେ ଘରେ ଶୋଇଥିବା ବେଳେ ଏହି ଲୁଟ୍ ହୋଇଥିବା ଜଣାପଡ଼ିଛି । ଏନେଇ ଛୋଟେଲାଲ ଶର୍ମା ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.