Latest Odisha News

BREAKING NEWS

ମହଙ୍ଗା ପଡ଼ୁଛି ମୋଦୀଙ୍କୁ ବିବଦୀୟ ଟିପ୍ପଣୀ ମାମଲା, ହଟିପାରନ୍ତି ମାଳଦ୍ୱୀପ ରାଷ୍ଟ୍ରପତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତୀୟଙ୍କ ବିରୋଧରେ ମାଲଦ୍ୱୀପ ମନ୍ତ୍ରୀ ଦେଇଥିବା ଅପମାନଜନକ ଟିପ୍ପଣୀ ବର୍ତ୍ତମାନ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ପାଇଁ ବଡ଼ ସଂକଟ ହୋଇ ଛିଡ଼ା ହୋଇଛି। ଗୋଟିଏ ପଟେ ସେଠାରେ ଥିବା ଜଣେ ପୂର୍ବତନ ମନ୍ତ୍ରୀ ଭାରତକୁ ମାଲଦ୍ୱୀପର ସବୁଠାରୁ ବଡ ସାହାଯ୍ୟକାରୀ ବନ୍ଧୁ ରାଷ୍ଟ୍ର ବୋଲି କହିଥିବା ବେଳେ ଅନ୍ୟପଟେ ରାଷ୍ଟ୍ରପତି ମୋଇଜୁଙ୍କୁ ତାଙ୍କ ପଦରୁ ହଟାଇବା ପାଇଁ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ଦାବି କରିଛନ୍ତି।

ମାଲଦ୍ୱୀପର ସଂସଦୀୟ ସଂଖ୍ୟାଲଘୁ ନେତା ଅଲି ଅଜିମ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବରୁ ଟ୍ୱିଟର)ରେ ଲେଖିଛନ୍ତି, ‘ଆମେ, ଡେମୋକ୍ରାଟ୍ସ, ଦେଶର ବୈଦେଶିକ ନୀତିର ସ୍ଥିରତା ବଜାୟ ରଖିବା ଏବଂ କୌଣସି ପଡୋଶୀ ଦେଶର ବିଚ୍ଛିନ୍ନତାକୁ ରୋକିବା ପାଇଁ ଉତ୍ସର୍ଗୀକୃତ। ରାଷ୍ଟ୍ରପତି ମହମ୍ମଦ ମୋଇଜୁଙ୍କୁ କ୍ଷମତାରୁ ହଟାଇବା ପାଇଁ ଆପଣ ସମସ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରସ୍ତୁତ କି? @MDPSecretariat (ମାଲଦ୍ୱୀପ ଡେମୋକ୍ରାଟିକ୍ ପାର୍ଟି) ଭୋଟ୍ ଦେବାକୁ ପ୍ରସ୍ତୁତ ରହିଥିବା ସେ କହିଛନ୍ତି।

ଭାରତ ଆମର ବିଶ୍ୱାସଯୋଗ୍ୟ ବନ୍ଧୁ
ଏଥି ସହ ଦେଶର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମାରିଆ ଅହମ୍ମଦ ଦିଦି ଭାରତ ଏବଂ ମାଲଦ୍ୱୀପ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଦୁର୍ବଳ କରିବାର ପ୍ରୟାସକୁ ସମାଲୋଚନା କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ହୋଇଥିବା ଅପମାନଜନକ ମନ୍ତବ୍ୟ ମାଲଦ୍ୱୀପ ସରକାରଙ୍କ ‘ଅଦୂରଦର୍ଶି ପରିଣାମ’କୁ ଦର୍ଶାଉଛି। ସେ କହିଛନ୍ତି ଯେ ଭାରତ ଏକ ନିର୍ଭରଯୋଗ୍ୟ ବନ୍ଧୁ ରାଷ୍ଟ୍ର। ଯାହା ପ୍ରତିରକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ କରିଥାଏ। ମାରିଆ ଦିଦି ଆହୁରି ମଧ୍ୟ କହିଛନ୍ତି କି ସେ ବର୍ତ୍ତମାନର ସରକାରଙ୍କର ଅଦୁରଦର୍ଶିତାର ପରିଣାମ। ଆମେ ଏକ ଛୋଟ ରାଷ୍ଟ୍ର। ସମସ୍ତ ବୃହତ ରାଷ୍ଟ୍ର ସହିତ ଆମର ବନ୍ଧୁତା ରହିଛି। କିନ୍ତୁ ଏହା ଭୁଲିବା ଉଚିତ ହେବନାହିଁ ଯେ ଭାରତ ସହିତ ଆମର ସୀମା ଲାଗିଛି। ଆମର ସୁରକ୍ଷା ଦାୟିତ୍ୱ ଉଭୟ ରାଷ୍ଟ୍ର ପାଇଁ ସମାନ ରହିଛି। ଭାରତ ଆମକୁ ସବୁବେଳେ ସହଯୋଗ କରିଆସୁଛି। ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଆମକୁ ସହଯୋଗର ହାତ ବଢାଇ ଆସୁଛି। ଆମକୁ ଆତ୍ମନିର୍ଭର କରିବା କ୍ଷେତ୍ରରେ ଆମକୁ ସାହାଯ୍ୟ କରିଆସୁଛି ବୋଲି ସେ କହିଥିଲେ।

Leave A Reply

Your email address will not be published.