Latest Odisha News

BREAKING NEWS

ଠାକୁରଙ୍କୁ ବି ଛାଡିଲେନି; ସୁବର୍ଣ୍ଣମେରୁ ମନ୍ଦିର ରେ ପଶି ଦାନ ବାକ୍ସ ଚୋରୀ କଲେ ଦୁର୍ବୁତ୍ତ

ସୁବର୍ଣ୍ଣପୁର: ଠାକୁରଙ୍କୁ ବି ଛାଡୁନାହାନ୍ତି ଚୋର । ସୁବର୍ଣ୍ଣପୁର ସହରର ଇଷ୍ଟଦେବ ସୁବର୍ଣ୍ଣମେରୁ ମନ୍ଦିର ରେ ହୋଇଛି ଚୋରି । ଗତକାଲି ରାତିରେ ସହରର ସୁବର୍ଣ୍ଣମେରୁ ମନ୍ଦିରରୁ କେହି ଦୁର୍ବୁତ୍ତ ହୁଣ୍ଡିକୁ ଚୋରି କରି ନେଇଥିବା ଜଣାପଡିଛି । ଚୋର ମାନେ ମନ୍ଦିର ରୁ ହୁଣ୍ଡିକୁ ବୋହି ନେଇ ଏକ ପରିତ୍ୟକ୍ତ ସ୍ଥାନରେ ଭାଙ୍ଗି ଚୋରି କରିନେଇ ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଛି ।

ମନ୍ଦିରର ପାଳିଆ ପୂଜକ ଗତକାଲି ରାତିରେ ଦୈନିକ କାମ ସାରି ଶୋଇବାକୁ ଯାଇଥିଲେ । ସେ ଆଜି ପାହାନ୍ତିଆରୁ ଉଠି ମନ୍ଦିର ର ନିତ୍ୟକର୍ମ କରିବାକୁ ବାହାରିବା ବେଳେ ମନ୍ଦିର ର ପୂର୍ବ ଦ୍ୱାର ତାଲା ଭଙ୍ଗା ଯାଇଥିବା ଓ ହୁଣ୍ଡି ନଥିବା ଦେଖିବାକୁ ପାଇଥିଲେ । ଫଳରେ ସେ ଅନ୍ୟ ପୂଜକ ମାନଙ୍କୁ ଖବର ଦେଇଥିଲେ ।

ଏହାପରେ ପୋଲିସକୁ ଖବର ଦେଆଯାଇଥିଲା । ପୋଲିସ ମନ୍ଦିରରେ ପହଞ୍ଚି ହୁଣ୍ଡିକୁ ଖୋଜାଖୋଜି କରିବା ପରେ ତେଲନଦୀ କୁଳରେ ଥିବା ଦେଶୀ ମଦ ଭାଟି ପଛ ପଟେ ହୁଣ୍ଡିଟି ପଡିଥିବା ଦେଖିବାକୁ ମିଳିଥିଲା । ଏନେଇ ଏବେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଟଙ୍କାର ଗଣତି ହୋଇନଥିବାବେଳେ, ହୁଣ୍ଡିରେ କେତେ ଟଙ୍କା ଅଛି ତାହା ସ୍ପଷ୍ଟ ହୋଇନାହିଁ ।

Leave A Reply

Your email address will not be published.