Latest Odisha News

BREAKING NEWS

ଜିଲ୍ଲା ଓ ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ସାଉଁଟିଲେ ଅଧ୍ୟାପିକା ଡ. ଗାର୍ଗୀ ମହାନ୍ତି

ବାରିପଦା: ଆନ୍ତର୍ଜାତିକ ମିଲେଟ୍‌ ବର୍ଷରେ ମିଲେଟ୍‌ ଗବେଷଣାରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟକୁ ଏକ ବଡ଼ ଧରଣର ସଫଳତା ମିଳିଛି । ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପିକା ଡ. ଗାର୍ଗୀ ମହାନ୍ତି ଓ ତାଙ୍କର ଚାରିଜଣ ଗବେଷକ ଛାତ୍ରଛାତ୍ରୀମାନଙ୍କ ଗବେଷଣା ଆଧାରରେ ବାଙ୍ଗଲୋରସ୍ଥିତ ସ୍କର୍ଥ ହେଲ୍‌ଥ୍‌କେୟାର ଲିମିଟେଡ୍ ଦ୍ୱାରା ଉତ୍ପାଦ ଗୁଡ଼ିକ ବଜାରକୁ ଆସିଛି । ତେବେ ଏହି ଗବେଷଣା ଦ୍ୱାରା ମିଲେଟ ଆଧାରିତ ଉତ୍ପାଦଗୁଡିକରେ ପୁଷ୍ଟିକର ତତ୍ତ୍ୱ ଓ ରୋଗ ପ୍ରତିରୋଧକ ଉପାଦାନଗୁଡ଼ିକର ଅଭିବୃଦ୍ଧି ଘଟିବା ସହ ଏହା ଯେଭଳି ସମସ୍ତ ବୟସ ବର୍ଗର ଲୋକ ବ୍ୟବହାର କରିପାରିବେ ସେନେଇ ଅଧିକ ଧ୍ୟାନ ଦିଆଯାଇଛି ।

ଏନେଇ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ବିଶ୍ୱବିଦ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରି ଡ. ଗାର୍ଗୀଙ୍କୁ ଅଭିବାଦନ ଜଣାଇଛନ୍ତି ଏବଂ ଆନ୍ତର୍ଜାତିକ ମିଲେଟ୍ ବର୍ଷରେ ବିଶ୍ୱବିଦ୍ୟାଳୟ ଦ୍ୱାରା ଏଭଳି ଏକ ଗବେଷଣାର ସଫଳତା ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ଆଣିଛି ବୋଲି ଖୁସି ବ୍ୟକ୍ତ କରିଛନ୍ତି । ସ୍କର୍ଥ ହେଲ୍‌ଥ୍‌କେୟାର ଲିମିଟେଡ୍‌ର ସିଇଓ ସୁଦର୍ଶନ ପରିଡ଼ା ନିଜ ମନ୍ତବ୍ୟରେ ବିଶ୍ୱବିଦ୍ୟାଳୟ ଓ ସ୍କର୍ଥ ହେଲ୍‌ଥ୍‌କେୟାର ଲିମିଟେଡ୍ ମିଳିତ ସହଭାଗିତାରେ ଉଭୟ ଭାରତୀୟ ଏବଂ ଆନ୍ତର୍ଜାତୀୟ ବଜାର ପାଇଁ ମିଲେଟ ଆଧାରିତ ପୁଷ୍ଟିକର ଉତ୍ପାଦର ବିକାଶ ଓ ଗବେଷଣାକୁ ଆଗେଇ ନେବାକୁ କମ୍ପାନୀ ଲକ୍ଷ୍ୟ ରଖିଛି ବୋଲି କହିଛନ୍ତି।

Leave A Reply

Your email address will not be published.