Latest Odisha News

BREAKING NEWS

ଧସୁଛି ନଦୀ ବନ୍ଧ, ବିପଦରେ ଭଦ୍ରକର ଦୁଇଟି ଗାଁ

ଭଦ୍ରକ: ବାତ୍ୟା ୟାସ୍ ପରେ ଭଦ୍ରକରେ ବୃଦ୍ଧି ପାଇଥିଲା ବନ୍ୟା ଜଳ । ହେଲେ ଏବେ ହ୍ରାସ ପାଇଛି ବନ୍ୟା ଜଳ, ଧସୁଛି ନଦୀ ବନ୍ଧ । ଏ ନେଇ ଭଦ୍ରକର ଦୁଇଟି ଗାଁର ଲୋକେ ଭୟଭୀତ ହୋଇପଡିଛନ୍ତି । ମିଳିଥିବା ରିପୋର୍ଟ ଅନୁଯାୟୀ ବନ୍ୟା ଜଳ ହ୍ରାସ ପାଇବା ପରେ ବୈତରଣୀ ନଦୀର ଶାଖା ନଦୀ ଗେଙ୍ଗୁଟିର ୫୦ ଫୁଟ ବନ୍ଧ ନଦୀ ଗର୍ଭକୁ ଧସିଯାଇଛି । ଏଥିପାଇଁ ଧାମନଗର ବ୍ଲକ ଦଳାଙ୍ଗ ପଂଚାୟତର କଣ୍ଟ ଗାଁ ବାସିନ୍ଦାଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଅନ୍ୟପଟେ ରାମେଶ୍ୱରପୁର ମଳିକ ସାହିରେ ମଧ୍ୟ ଗେଙ୍ଗୁଟି ନଦୀର ବନ୍ଧ ପ୍ରାୟ ୧୦୦ ଫୁଟ୍ ଧସିଯାଇଛି । ବନ୍ୟା ଜଳ ହ୍ରାସ ପାଇବା ରେ ନଦୀ ବନ୍ଧ ପ୍ରତିଦିନ ଧସିବାରେ ଲାଗିଛି । ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

ଆଗକୁ ମୌସୁମୀ ଆସୁଛି । ଏପଟେ ବନ୍ଧ ଧସିବାରେ ଲାଗିଛି । ଏପରି ସ୍ଥିତିରେ ଯଦି ବନ୍ଧ ମରାମତି ଯୁଦ୍ଧକାଳୀନ ଭିତ୍ତିରେ ନକରାଯାଏ, ତେବେ ପରିସ୍ଥିତି ବିପରୀତମୁଖା ହେବ । ନଦୀର ପାଣି ମୋଡ ସ୍ଥାନରେ ପ୍ରବଳ ବେଗରେ ମାଡ ହେଉଥିବାରୁ ନଦୀ ବନ୍ଧରେ ଫାଟ ସୃଷ୍ଟିି ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

Leave A Reply

Your email address will not be published.