ପୁରୀ: ଅପରାଧୀଙ୍କୁ ସାବାଡ କରୁଛି ପୁରୀ ପୋଲିସ । ବିଭିନ୍ନ ସ୍ଥାନରେ ରେଡ୍ କରି ଡକାୟତଙ୍କୁ ପିନ୍ଧାଉଛି ହାଡ଼କଡ଼ି । ପୁରୀ ବଳିଆପଣ୍ଡା ଓ ପିପିଲି ଅଞ୍ଚଳରୁ ୧୦ ଜଣ ଲୁଟେରାଙ୍କୁ ଗିରଫ କରିଛି ପୁରୀ ପୋଲିସ । ସେମାନଙ୍କ ନିକଟରୁ ବିଭିନ୍ନ ପ୍ରକାର ମାରଣାସ୍ତ୍ର ବି ଜବତ ହୋଇଛି ।
ପୁରୀ ବଳିଆପଣ୍ଡା ଥାନା ପୋଲିସ ଏକ ୭ ଜଣିଆ ଡକାୟତ ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି । ଅଭିଯୁକ୍ତଙ୍କ ନିକଟରୁ ଖଣ୍ଡା, ଛୁରୀ, ଲୁହା ରଡ୍ ଓ ବୋମା ଜବତ କରାଯାଇଛି ।

ଚନ୍ଦନପୁରର ଦୁର୍ଦ୍ଦାନ୍ତ ଅପରାଧୀ ରବି ମଲ୍ଲିକ ଓ ତାର ୬ ସାଥୀ ନୂଆ ଷ୍ଟାର୍ଲିଂ ରୋଡ୍ ବାଇପାସ ନିକଟରେ ଏକଠି ହୋଇ ଟୁରିଷ୍ଟ ବସକୁ ଅଟକେଇ ଡକାୟତି ଯୋଜନା କରୁଥିବା ପୋଲିସକୁ ଖବର ମିଳିଥିଲା । ସ୍ୱତନ୍ତ୍ର ପୋଲିସ ଟିମ ଚଢ଼ାଉ କରି ସମସ୍ତ ଅପରାଧିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସେହିପରି ପିପିଲି ପୋଲିସ ଗୋଟିଏ ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଧରିଛି । ୩ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୬ଟି ମୋବାଇଲ, ଗୋଟିଏ ବାଇକ, କଟର ମେସିନ ଜବତ ହୋଇଛି ।
BREAKING NEWS
- ବଢ଼ିଲା ଘୋଡ଼ା ବେପାର ଭୟ, ବେଙ୍ଗାଲୁରୁ ଗଲେ କଂଗ୍ରେସ ବିଧାୟକ
- ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା, ଉପର ମୁହାଁ ପାରଦ
- “ମୁଁ ନିଶ୍ଚିତ ଯେ କୋଭିଡ୍ ସମୟ ପରି, ଆମେ ଏହି ସଙ୍କଟକୁ ମଧ୍ୟ ଦୂର କରିବୁ”; ମଧ୍ୟପ୍ରାଚ୍ୟ ପରିସ୍ଥିତିକୁ ନେଇ କହିଲେ ପିଏମ୍
- Iran’s new supreme leader: ଇରାନର ନୂତନ ସର୍ବୋଚ୍ଚ ନେତାଙ୍କ ପ୍ରଥମ ବୟାନ: ‘ହୋର୍ମୁଜ୍ ବନ୍ଦ ରହିବ,ପ୍ରତିଟି ମୃତ୍ୟୁର ପ୍ରତିଶୋଧ ନେବୁ’
- ଜମିବାଡ଼ି ବିବାଦକୁ ନେଇ ହତ୍ୟାକାଣ୍ଡ;୨ ଦୋଷୀଙ୍କୁ ଆଜୀବନ ଜେଲ୍
- ୧୭୦ ଟଙ୍କାର ଲୋଭ ଦେଖାଇ ସୁନା ଓ ଲକ୍ଷେରୁ ଉର୍ଦ୍ଧ ଟଙ୍କା ଲୁଟ
- ପୋଲିସ୍ ପକ୍ଷରୁ ଯୌନ ନିର୍ଯାତନା ବିଷୟରେ ଛାତ୍ରୀଛାତ୍ରଙ୍କୁ ବିଶେଷ ତାଲିମ୍
- ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଏଯାବତ୍ ପ୍ରାଣ ହରାଇଛନ୍ତି ୩ ଭାରତୀୟ, ଜଣେ ନିଖୋଜ: ବୈଦେଶିକ ମନ୍ତ୍ରାଳୟ
- ଆଦିବାସୀ ଓ ପଛୁଆ ବର୍ଗଙ୍କ ଉନ୍ନତି ପାଇଁ ୬୬୪୯ କୋଟିରୁ ଉର୍ଦ୍ଧ୍ବ ବଜେଟ୍
- ଯୁବରାଜଙ୍କଠାରୁ ପାୱାର ହିଟିଂ ଶିଖୁଛନ୍ତି ରିଷଭ ପନ୍ତ
Comments are closed.