Latest Odisha News

BREAKING NEWS

ସୁପ୍ରିମକୋର୍ଟରେ ପହଞ୍ଚିଲା ସିଂଘୁ ସୀମା ହତ୍ୟା ମାମଲା

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ପହଞ୍ଚିଲା ସିଂଘୁ ସୀମା ହତ୍ୟା ମାମଲା । ବୀଭତ୍ସ ହତ୍ୟା ପ୍ରସଙ୍ଗରେ ସର୍ବୋଚ୍ଚ ଅଦାଲତରେ ମାମଲା ରୁଜୁ କରିଛନ୍ତି ଆଇନଜୀବୀ ଶଶାଙ୍କ ଶେଖର ଝା । ତୁରନ୍ତ ସିଂଘୁ ସୀମାକୁ ଖାଲି କରିବାକୁ ନିର୍ଦ୍ଦେଶ ଦେବା ଲାଗି ସେ ପ୍ରାର୍ଥନା କରିଛନ୍ତି । ନିହାଙ୍ଗ ସଙ୍ଗଠନ ଦ୍ବାରା ଲଖବୀର ସିଂ ନାମକ ଜଣେ ଦଳିତଙ୍କୁ ହତ୍ୟା ଘଟଣାରେ ଦିଲ୍ଲୀ -ହରିଆଣା – ସିଂଘୁ ସୀମାକୁ ଖାଲି କରିବା ଲାଗି ସେ ଆବେଦନ କରିଛନ୍ତି । ପୂର୍ବରୁ ମଧ୍ୟ ସେଠାରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିଲା ବୋଲି ସେ ଆବେଦନରେ ଦର୍ଶାଇଛନ୍ତି ।

ସେପଟେ ଏହି ହତ୍ୟାକାଣ୍ଡ ସହ ଚାଷୀ ଆନ୍ଦୋଳନର କୌଣସି ସମ୍ପର୍କ ନାହିଁ ବୋଲି କହିଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ଚାଷୀମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଛନ୍ତି ଏବଂ ଏହି ବୀଭତ୍ସ ହତ୍ୟାକାଣ୍ଡ ସହ ସଙ୍ଗଠନର କୌଣସି ସମ୍ପର୍କ ନାହିଁ ବୋଲି କହିଛି କିଷାନ ମୋର୍ଚ୍ଚା । ଏହାସହ ହିଂସା ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ପଦକ୍ଷେପ ନେବାକୁ ସଙ୍ଗଠନ ଦାବି କରିଛି । ଏହି ଘଟଣା ଲାଗି ନିଜକୁ ଦାୟୀ କରିଛି ଖଲାସା- ଉଦନା ଦଳ । ନିହାଙ୍ଗ ସମ୍ପ୍ରଦାୟର ସରବଜିତ ସିଂହ ପୋଲିସ ନିକଟରେ ଗତକାଲି ଏହି ଘଟଣାରେ ଆତ୍ମସମର୍ପଣ କରିଥିଲା । ନିହାଙ୍ଗ ସଙ୍ଗଠନ ପକ୍ଷରୁ କୁହାଯାଇଛି, ପ୍ରକାଶ ପ୍ରାର୍ଥନା ଚାଲିଥିବା ବେଳେ ଲଖବୀର ପବିତ୍ର ଧର୍ମଗ୍ରନ୍ଥକୁ ଅବମାନନା କରିଥିଲେ । ଫଳରେ ସଙ୍ଗଠନର କର୍ମୀମାନେ ତାଙ୍କର ଏକ ହାତ କାଟିଦେବା ସହ ଗୋଡକୁ ହାଣି ଦେଇଥିଲେ ।

Leave A Reply

Your email address will not be published.