Latest Odisha News

କେନ୍ଦୁଝରର ଶ୍ରୀବଳଦେବଜୀଉଙ୍କ ରଥ ବିଶ୍ୱର ସବୁଠୁ ଉଚ୍ଚତମ ରଥ !

କେନ୍ଦୁଝର : କେନ୍ଦୁଝର ସ୍ଥିତ ଶ୍ରୀବଳଦେବଜୀଉଙ୍କ ୭୨ ଫୁଟ୍ ଉଚ୍ଚ ରଥ ବିଶ୍ୱର ସବୁଠୁ ଉଚ୍ଚତମ ରଥ ଭାବେ ମାନ୍ୟତା ମିଳିପାରିଛି ।

ଗ୍ଲୋବାଲ୍ ରେକର୍ଡସ୍ ଏଣ୍ଡ ରିସର୍ଚ୍ଚ ଫାଉଣ୍ଡେସନ୍ (ଜିଆରଆରଏଫ) ଏହି ମାନ୍ୟତା ଦେଇଥିବା ବେଳେ ଖୁବ୍ ଶୀଘ୍ର ଏହା ‘ଗିନିଜ୍ ୱାର୍ଲଡ୍ ରେକର୍ଡସ’ରେ ସ୍ଥାନ ପାଇବାକୁ ପଥ ପରିଷ୍କାର ହୋଇଛି ବୋଲି ସୂଚନା ମିଳିଛି। ଗ୍ଲୋବାଲ୍ ଏଜେନ୍ସିକୁ ଜିଲ୍ଲା ପ୍ରଶାସନ ଏହି ମଞ୍ଜୁରୀ ପ୍ରଦାନ କରିଛି ।

ମିଳିଥିବା ସୂଚନା ଅନୁଯାୟୀ ଜିଆରଆରଏଫର ଏକ ସ୍ୱତନ୍ତ୍ର ଟିମ୍ କେନ୍ଦୁଝର ଜିଲ୍ଲା ଶ୍ରୀବଳଦେବଜୀଉଙ୍କ ମନ୍ଦିର ଗସ୍ତରେ ଯାଇ ବଳଦେବଜୀଉଙ୍କ ରଥର ଅନୁଧ୍ୟାନ କରିଥିଲେ ଏବଂ ଏନେଇ ଯାଞ୍ଚ କରାଯିବା ପରେ ବିଧିବଦ୍ଧ ଘୋଷଣା କରାଯାଇଛି।

ଏ ସମ୍ବନ୍ଧୀୟ କିଛି ଦସ୍ତାବିଜର ପୁଙ୍ଖାନୁପୁଙ୍ଖ ସମୀକ୍ଷା ପରେ ଭଗବାନ ବଳଦେବଜୀଉଙ୍କ ରଥକୁ ଜିଆରଆରଏଫ, ଏସିଆ ପାସିଫିକ୍ ଓ ଇଣ୍ଡିଆନ୍ ନ୍ୟାସନାଲ ରେକର୍ଡର ସଂସ୍ଥା ମଧ୍ୟ ଏହାକୁ ସର୍ବୋଚ୍ଚ ରଥର ମାନ୍ୟତା ଦେଇଛି ବୋଲି ଏଣ୍ଡୋମେଣ୍ଟ ବିଭାଗର କାର୍ଯ୍ୟକାରୀ ଅଧିକାରୀ ସୋମନାଥ ପ୍ରଧାନ ସୂଚନା ଦେଇଛନ୍ତି ।

ଏଥିସହିତ ସାର୍ଟିଫିକେଟ ତଥା ପ୍ରମାଣପତ୍ର ଖୁବ୍ ଶୀଘ୍ର ଜାରି କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

Comments are closed.