Latest Odisha News

BREAKING NEWS

ଓଲିଉଡ଼ ୨୦୧୮: ଏହି ମନଛୁଆଁ ଓଡ଼ିଆ ଗୀତ ସବୁ ଇଣ୍ଟରନେଟରେ କଲା କମାଲ୍…

ଭୁବନେଶ୍ୱର: ସଙ୍ଗୀତ ଫିଲ୍ମର ଏକ ଅଭିନ୍ନ ଅଙ୍ଗ, ଯାହାକି ଦର୍ଶକମାନଙ୍କୁ ସିନେମାଘର ଯାଏଁ ଛାଏଁ ଟାଣି ଆଣିଥାଏ । ଓଲିଉଡ଼ ଜଗତ ବିଷୟରେ ଯଦି ତର୍ଜମା କରାଯାଏ, ଯେଉଁଠି ରିମେକ୍ ସିନେମା ଦର୍ଶକମାନଙ୍କୁ ଛୁଇଁପାରିନାହିଁ ସେହି ସମୟରେ କେତୋଟି ମନଛୁଆଁ ଗୀତରେ ଆକର୍ଷିତ ହୋଇ ଦର୍ଶକମାନେ ଫିଲ୍ମ ହଲକୁ ଯାଇଛନ୍ତି ଏବଂ ଶେଷରେ କିଛି ଗୀତ ଲାଗି ମଧ୍ୟ ଫିଲ୍ମ ହିଟ ହୋଇଛି । ଏପରିକି ଏହି ମନଛୁଆଁ ଓଲିଉଡ଼ ଗୀତଗୁଡ଼ିକ ଲକ୍ଷାଧିକ ଶ୍ରୋତାମାନେ ଇଣ୍ଟରନେଟରେ ଶୁଣି ପସନ୍ଦ କରିଛନ୍ତି । ଏବେ ଦେଖାଯାଉଛି, ବଲିଉଡ଼ ହେଉ କି ଓଲିଉଡ଼ ସିନେମା, ଫିଲ୍ମ ନିର୍ମାତାମାନେ ବଡ଼ପରଦାରେ ରିଲିଜ୍ ହେବା ପୂର୍ବରୁ ପ୍ରଥମେ ଡ଼ିଜିଟାଲ ପ୍ଲାଟଫର୍ମରେ ଗୀତ ଗୁଡ଼ିକର ରିଲିଜ୍ କରୁଛନ୍ତି । ଇଣ୍ଟର୍ନେଟ ମାଧ୍ୟମରେ ଗୀତ ଗୁଡ଼ିକୁ ଶୁଣିବା ପରେ ଛାଏଁ ଫିଲ୍ମଟିକୁ ଦେଖିବାକୁ ହଲକୁ ଯିବାର ନଜିର୍ ମଧ୍ୟ ରହିଛି
ଜାନୁଆରୀ ୨୦୧୮ ରେ ରିଲିଜ୍ ହୋଇଥିବା ସମ୍ବିତ-ରିୟାଙ୍କ ଅଭିନୀତ ଫିଲ୍ମ ‘ହାପି ଲକି’ର ଗୀତ ‘ଔଷଧ ନେଇ ଆ’ ପ୍ରାୟ ୧୬ ମିଲିୟନ ଶ୍ରୋତାଙ୍କୁ ପସନ୍ଦ କରିପାରିଥିଲା । ଏହି ଗୀତଟିର ସଙ୍ଗୀତକାର ଥିଲେ ପ୍ରେମ ଆନନ୍ଦ

ଓଲିଉଡ଼ ଷ୍ଟାର୍ ଜ୍ୟୋତି ଓ ଝିଲିକଙ୍କ ଅଭିନୀତ ଫିଲ୍ମ ‘ଓଲେ ଓଲେ ଦିଲ୍ ବୋଲେ’ ଏପ୍ରିଲ ମାସରେ ରିଲିଜ୍ ହୋଇଥିଲା । ଫିଲ୍ମ ‘ଓଲେ ଓଲେ ଦିଲ୍ ବୋଲେ’ର ଗୀତ ‘ବୁଲା କୁକୁର’ ପ୍ରାୟ ୬ ମିଲିୟନ ଦର୍ଶକଙ୍କୁ ପସନ୍ଦ କରିପାରିଛି । ଏହି ଗୀତର ଗୀତିକାର ବସନ୍ତରାଜ ସାମଲ ରହିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ । କଣ୍ଠଶିଳ୍ପୀ ଦୀପ୍ତିରେଖା ଓ ଆଶୁତୋଷ ଏହି ମନଛୁଆଁ ଗୀତଟି ଗାଇ ଶ୍ରୋତାଙ୍କୁ ଆକର୍ଷିତ କରିପାରିଛନ୍ତି ।

ଫିଲ୍ମ ‘ଟୋକାଟା ଫସିଗଲା’ ର ହିଟ୍ ଗୀତ ‘ମାୟାରେ ବାୟା’ ୨୦୧୮ ମସିହାରେ ଓଲିଉଡ଼ ସଙ୍ଗୀତ ଲାଗି ଏକ ମାଇଲ ଖୁଣ୍ଟ ସଦୃଶ । ଏହି ହିଟ୍ ଗୀତ ‘ମାୟାରେ ବାୟା’ ପୁରା ଇଣ୍ଟରନେଟରେ ଏକପ୍ରକାର ହଟଚମଟ ସୃଷ୍ଟି କରିବା ସହିତ ଭାଇରାଲ୍ ହୋଇଯାଇଥିଲା । ଏହି ଗୀତଟିକୁ ପ୍ରାୟ ୫ ମିଲିୟନ ଶ୍ରୋତାଙ୍କ ପସନ୍ଦଯୋଗ୍ୟ ହୋଇପାରିଛି । ଏପରିକି ଏହି ଗୀତକୁ ବଲିଉଡ଼ ସୁପରଷ୍ଟାର୍ ଟାଇଗର୍ ସ୍ରଫ୍ ମଧ୍ୟ ପସନ୍ଦ କରି ପ୍ରଶଂସା କରିବାକୁ ପଛେଇ ନାହାନ୍ତି । ଏହି ଗୀତଟି ପ୍ରଶାନ୍ତ ନାୟକଙ୍କ ଦ୍ୱାରା କମ୍ପୋଜ୍ ହୋଇଥିବା ବେଳେ ପପୁ ପମ୍ ପମ୍ ଏବଂ ସବ୍ୟସାଚୀ ନିଜେ ଗାଇଛନ୍ତି ।

ଓଲିଉଡ଼ କମେଡ଼ି କିଙ୍ଗ୍ ପପୁ ପମ୍ ପମ, ଲିପସା ଏବଂ ପ୍ରିୟଙ୍କାଙ୍କ ଅଭିନୀତ ମସାଲାଦାର ଗୀତ ‘ଜାନୁ ଲୋ ଜାନୁ’ ଡିଜିଟାଲ୍ ମିଡ଼ିଆରେ ପ୍ରାୟ ୨ ମିଲିୟନ ଦର୍ଶକଙ୍କୁ ଅତିକ୍ରମ କରିପାରିଛି । ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ଅନନ୍ୟା ଶ୍ରୀତମ ନନ୍ଦଙ୍କ ସୁଲଳିତ କଣ୍ଠରେ ‘ଲଭ୍ ପ୍ରମିଶ୍’ ଫିଲ୍ମର ଗୀତ ପ୍ରାୟ ୫ ମିଲିୟନ ଶ୍ରୋତାଙ୍କ ହୃଦୟସ୍ପର୍ଶୀ ହୋଇପାରିଛି । ସୁବ୍ରତ ସ୍ୱାଇଁ ଓ ପ୍ରେମ ଆନନ୍ଦ ଏହି ଗୀତଟିକୁ ସୁନ୍ଦର ଭାବେ ଶ୍ରୋତାଙ୍କ ସମ୍ମୁଖରେ ଉପସ୍ଥାପିତ କରିପାରିଛନ୍ତି । ଗୀତଟିରେ ଜୟା ଓ ରାକେଶଙ୍କ ଯୋଡ଼ିର ବଲିଉଡ଼ ଆଇଟମ ଷ୍ଟାଇଲ ଡ୍ୟାନ୍ସ ଦର୍ଶକ ମହଲରେ ବେଶ୍ ଆଦୃତି ଲାଭ କରିପାରିଛି ।https://youtu.be/uNvobxueLtc

ସଂଗୀତ ନିର୍ଦ୍ଦେଶନା ହେଉ ବା ଗୀତ ରଚନା ଶ୍ରୋତାମାନଙ୍କ ହୃଦୟକୁ ଛୁଇଁଲା ପରି ତିଆରି କରିଥାଏ ବୋଲି ଏହାର ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ କହିଛନ୍ତି ।

ଅଗଷ୍ଟରେ ରିଲିଜ୍ ହୋଇଥିବା ତମନ୍ନା ଓ ଅର୍ଦ୍ଦେନ୍ଦୁଙ୍କ ଅଭିନୀତ ବ୍ଲାକମେଲ୍ ଫିଲ୍ମର ସୁପରହିଟ ଗୀତ ‘ହାଏ ତୋ ପ୍ରେମର ରଙ୍ଗୋଲୀ’ ପ୍ରାୟ ପ୍ରାୟ ୨୪ ମିଲିୟନ ଶ୍ରୋତାଙ୍କୁ ଛୁଇଁପାରିଥିଲା । ବସନ୍ତରାଜ ସାମଲଙ୍କ ନିର୍ଦ୍ଦେଶନାରେ ଉଦିତ ନାରାୟଣ ଏବଂ ଦୀପ୍ତିରେଖାଙ୍କ କଣ୍ଠରେ ଗୀତଟି ବେଶ୍ ହୃଦୟସ୍ପର୍ଶୀ ମଧ୍ୟ ହୋଇପାରିଥିଲା ।

ବାବୁସାନ ଓ ଦିବ୍ୟାଙ୍କ ଦ୍ୱାରା ଅଭିନୀତ ଓଡ଼ିଆ ସିନେମା ‘ସୁନ୍ଦରଗଡ଼ର ସଲମାନ ଖାନ’ର ଗୀତ ‘ପ୍ୟାର୍ ୱାଲା ହିଚକି’ ପ୍ରାୟ ୨୩ ମିଲିୟନ ଦର୍ଶକଙ୍କୁ ଛୁଇଁ ପାରିଥିଲା । ଗୀତିକାର ନିର୍ମଳ ନାୟକଙ୍କ ରଚନାରେ ଅଭିଜିତ ମଜୁମଦାରଙ୍କ ଦ୍ୱାରା ଗୀତଟି କମ୍ପୋଜ୍ ହୋଇଛି ।

ଓଲିଉଡ଼ ସୁପରଷ୍ଟାର୍ ଅନୁଭବ ମହାନ୍ତି ଏବଂ ଶିବାନୀଙ୍କ ଦ୍ୱାରା ଅଭିନୀତ ଦୁର୍ଗାପୂଜାରେ ରିଲିଜ୍ ହୋଇଥିବା ସିନେମା ‘ପ୍ରେମ କୁମାର’ର ସୁପର ଡୁପର୍ ହିଟ୍ ଗୀତ ‘ସୁନ ଜରା’ ପାଖାପାଖି ୧୧ ମିଲିୟନ ଶ୍ରୋତାଙ୍କୁ ଛୁଇଁ ପାରିଥିଲା । ଏହି ଗୀତଟି ଯୁବବର୍ଗ ଶ୍ରୋତାଙ୍କ ମଧ୍ୟରେ ବେଶ୍ ଆଦୃତ ହୋଇଥିବାର ଦେଖାଯାଇଥିଲା । ହ୍ୟୁମାନ ସାଗର ଓ ଅନନ୍ୟାଙ୍କ ମିଳିତ କଣ୍ଠର ଏହି ଗୀତଟିର ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ ।

ସେହିପରି ୨୦୧୮ ମସିହାରେ ରିଲିଜ୍ ହୋଇଥିବା ତଥା ବାବୁସାନ-ଭୁମିକାଙ୍କ ଅଭିନୀତ ସିନେମା ‘ଶ୍ରୀମାନ ସୁରଦାସ’ ର ସୁପରହିଟ୍ ଗୀତ ‘ଗେଲୁ ତୁ ଚିପୁଡ଼ିଦେଲୁ’ ପ୍ରାୟ ୧୧ ମିଲିୟନ ଶ୍ରୋତାଙ୍କ ପସନ୍ଦଯୋଗ୍ୟ ହୋଇପାରିଛି ।

Leave A Reply

Your email address will not be published.