Latest Odisha News

BREAKING NEWS

ଆଜି ନୀଳାଦ୍ରି ବିଜେ କରିବେ ଶ୍ରୀଜିଉ

ଭୁବନେଶ୍ୱର : ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଧରପଣା ନୀତି ଅନୁଷ୍ଠିତ ହୋଇଯାଇଥିବା ବେଳେ ସୋମବାର ଦିନ ନୀଳ କନ୍ଦରକୁ ବିଜେ କରୁଛନ୍ତି ତିନି ଠାକୁର ।

ପରମ୍ପରା ଅନୁଯାୟୀ ସୁନାବେଶ ଓ ଅଧରପଣା ଭୋଗର ଠିକ୍ ପରଦିନ ଶ୍ରୀଜିଉଙ୍କମାନେ ଗୋଟି ପହଣ୍ଡିରେ ବିଜେ କରି ରତ୍ନ ସିଂହାସନରେ ଅଧିଷ୍ଠିତ ହୋଇଥାନ୍ତି । ଏହାକୁ ଠାକୁରଙ୍କର ବଡଦେଉଳ ପ୍ରବେଶ ବା ‘ନୀଳାଦ୍ରି ବିଜେ’ କୁହାଯାଇଥାଏ ।

ଏହି ନୀଳାଦ୍ରି ବିଜେ ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.