Latest Odisha News

BREAKING NEWS

ଜୁଲାଇ ୧୯ରେ ଅବସର ନେଇପାରନ୍ତି ରୋହିତ !

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ୨୦୨୭ ଦିନିକିଆ ବିଶ୍ୱକପ ଖେଳିବା ସ୍ୱପ୍ନ ସାକାର ହୋଇ ନ ପାରେ । ଲର୍ଡସରେ ଜୁଲାଇ ୧୯ରେ ଖେଳାଯିବାକୁ ଥିବା ଦିିନିକିଆ ମ୍ୟାଚ ଅବସରରେ ସେ ଅବସର ନେଇପାରନ୍ତି ବୋଲି ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି । ଅବଶ୍ୟ ବିସିସିଆଇ କିମ୍ବା ରୋହିତଙ୍କ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ କୌଣସି ବୟାନ ଜାରୀ କରାଯାଇ ନାହିଁ । ଚଳିତ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ଅବସରରେ ହିଟମ୍ୟାନ ଭାବେ ପରିଚିତ ରୋହିତଙ୍କୁ ଚୟନ କମିଟି ଏକ ବଡ ସୂଚନା ଦେଇଛନ୍ତି । କ୍ରମାଗତ ୨ଟି ଦିନିକିଆରେ ରୋହିତ ଚୟନ କମିଟିଙ୍କୁ ପ୍ରଭାବିତ କରିବା ଭଳି ପ୍ରଦର୍ଶନ କରିପାରି ନ ଥିଲେ ।

ଇଂଲଣ୍ଡ ବିପକ୍ଷ ଦିିନିକିଆ ସିରିଜ ତୁମର ଶେଷ ସିରିଜ ହେବ ବୋଲି ରୋହିତଙ୍କୁ କୁହାଯାଇଛି । ତୁମେ ୨୦୨୭ ବିଶ୍ୱକପ ଯୋଜନାର ନାହଁ ଏବଂ ଯଶସ୍ୱୀ ଜୈସୱାଲଙ୍କ ପରି ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯିବ ବୋଲି ଟିମ ମ୍ୟାନେଜମେଂଟ କହିଛି । ଆଗକୁ ଖେଳିବା ଜାରୀ ରଖିବାକୁ ଚାହିଁବା ତୁମର ବ୍ୟକ୍ତିଗତ ପସନ୍ଦ ହେବ । ଏଥିପାଇଁ ଫର୍ମ ଏବଂ ଫିଟନେସ ଜରୁରୀ ହୋଇ ପଡିବ । କୋଚ ଗୌତମ ଗମ୍ଭୀର ଏବଂ ଅନ୍ୟ ସଦସ୍ୟମାନେ ରୋହିତଙ୍କ ସହ ଏ ନେଇ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । ରୋହିତଙ୍କ ନେତୃତ୍ୱରେ ଭାରତ ୨୦୨୪ ଟି୨୦ ବିଶ୍ୱକପ ଟାଇଟଲ ହାସଲ କରିଥିଲା । ଏହା ପରେ ସେ ପ୍ରଥମେ ଟି୨୦ ଏବଂ ପରେ ଟେଷ୍ଟରୁ ଅବସର ଘୋଷଣା କରିଥିଲେ ।

Leave A Reply

Your email address will not be published.