Latest Odisha News

BREAKING NEWS

‘୨୧ ଟି ଆସନରେ ପଦ୍ମ ଫୁଟିବ; ବାହର ଲୋକ ନୁହଁ, ଓଡିଶାର ପୁଅ କିମ୍ବା ଝିଅ ହେବେ ମୁଖ୍ୟମନ୍ତ୍ରୀ’

ନବରଙ୍ଗପୁର: ପ୍ରଥମେ ବ୍ରହ୍ମପୁର ଆଉ ଏବେ ନବରଙ୍ଗପୁରରେ ବିଜୟ ସଂକଳ୍ପ ସମବାବେଶରେ ପହଞ୍ଚି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମେ ଓଡିଆରେ ନିଜର ଭାଷଣ ଆରମ୍ଭ କରିଛନ୍ତି । ଏଠାରେ ମଧ୍ୟ ମୋଦି ଶାସକ ଦଳ ଉପରେ ବର୍ଷିଛନ୍ତି । ମୋଦି କହିଛନ୍ତି ଯେ, ଏଥର ଓଡ଼ିଶାରେ ବିଜେଡି ଯିବ ଓ ବିଜେପି ଆସିବ । ପ୍ରଥମ ଥର ରାଜ୍ୟରେ ଡବଲ ଇଂଜିନ ସରକାର ହେବ ବୋଲି ଦୃଢ଼ତାର ସହ କହିଛନ୍ତି ମୋଦି ।

BjdElectrycity

ସେ ଆହୁରି କହିଛନ୍ତି, ଯିଏ ଓଡ଼ିଶାବାସୀଙ୍କୁ ଜାଣିଥିବ, ବୁଝିଥିବ, ସିଏ ହିଁ ଓଡିଶାରେ ମୁଖ୍ୟମନ୍ତ୍ରୀ ହେବ । ଅର୍ଥାତ ଓଡ଼ିଶାର ପୁଅ କିମ୍ବା ଝିଅ ଏଠାରେ ମୁଖ୍ୟମନ୍ତ୍ରୀ ହେବେ, ଅନ୍ୟ କୌଣସି ବାହାର ଲୋକ ନୁହଁ । ଓଡ଼ିଶାର ସଂସ୍କୃତିକୁ ଯିଏ ମଥାରେ ଧାରଣ କରିବେ, ସେ ହିଁ ଏହି ପଦରେ ବସିବେ । ଅନ୍ୟ କେହି ନୁହଁ ବୋଲି ମୋଦି କହିଛନ୍ତି ।

ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ମୋଦି କହିଛନ୍ତି, ଓଡିଶାରେ ଡବଲ ଇଂଜିନ ସରକାର ଗଢିବା ଲାଗି ଆପଣମାନଙ୍କର ସହଯୋଗ ନିତ୍ୟାନ୍ତ ଆବଶ୍ୟକ । ଯାହାଦ୍ବାରା ଆଗାମୀ ଦିନରେ ରାଜ୍ୟରେ ସରକାର ଗଢିବ ବିଜେପି । ବିଜେପିର ବିଜୟରେ ଓଡ଼ିଶାକୁ ନୂଆ ଶକ୍ତି ଓ ନୂଆ ନେତୃତ୍ୱ ମିଳିବ । ଓଡିଶାର ସମସ୍ତ ୨୧ ଲୋକସଭା ଆସନରେ ପଦ୍ମ ଫୁଟାଇବ । ଆଉ ଦିଲ୍ଲୀରେ ବିଜେପି ସରକାରକୁ ମଜଭୁତ କରିବ ।

Leave A Reply

Your email address will not be published.