Latest Odisha News

BREAKING NEWS

ବାଇକ୍‌ରେ ପ୍ରେମୀ ଯୁଗଳଙ୍କ ଖୁଲମ୍‌ଖୁଲା ରୋମାନ୍ସ

ବାଇକ୍‌ରେ ପ୍ରେମୀ ଯୁଗଳଙ୍କ ରୋମାନ୍ସ । ଲାଗୁଛି ଯେମିତି ଦୁନିଆର କାହାକୁ ସେମାନଙ୍କର ଖାତିର ନାହିଁ । ବିନ୍ଧାସ ଓ ବେପରୁଆ ଭାବେ ନିଜ ଦୁନିଆରେ ସେମାନେ ମସଗୁଲ୍ । ସତେ ଅବା ସେମାନଙ୍କ ପ୍ରତି କାହାର ବି ନଜର ନାହିଁ । ଅଥବା କେହି ସେମାନଙ୍କୁ ଦେଖୁନାହାନ୍ତି । ବାଇକ୍‌ରେ ପ୍ରେମୀ ଯୁଗଳଙ୍କ ଖୁଲମ୍‌ଖୁଲା ରୋମାନ୍ସର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭ୍ୟୁଜ୍ ମିଳୁଛି । ଏପରି ଘଟଣା ଘଟିଛି ରାଜସ୍ଥାନରେ ।

କଥାରେ ଅଛି, ପ୍ୟାର୍ କିୟା ତୋ ଡ଼ରନା କ୍ୟା । ଅର୍ଥାତ୍ ପ୍ରେମୀଯୁଗଳଙ୍କର ସର୍ବସ୍ୱ ହେଉଛି ସେମାନଙ୍କ ପ୍ରେମର ପରିଧି । ଦୁନିଆ କଣ କହୁ ବା ନ କହୁ ସେଥିପ୍ରତି ସେମାନଙ୍କର ଟିକେ ବି ନିଘା ନ ଥାଏ । ପ୍ରେମ ଓ ପ୍ରେମୀ ଯୁଗଳଙ୍କୁ ନେଇ ଏମିତି ଅନେକ ଘଟଣାର ଅବତାରଣା ଦେଖିବାକୁ ମିଳିଥାଏ । ନିକଟରେ ରାଜସ୍ଥାନର ରାଜଧାନୀ ଜୟପୁରରେ ଏକ ପ୍ରେମୀ ଯୁଗଳ ବିଚ୍‌ରାସ୍ତାରେ ବାଇକ୍‌ରେ ରୋମାନ୍ସ କରୁଥିବା ଦୃଶ୍ୟକୁ ନେଇ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା । ପ୍ରେମିକାଟିି ବାଇକ ଚଲାଉଥିବା ପ୍ରେମିକଙ୍କୁ ଜାବୁଡ଼ି ଧରିବା ସହ ସାମ୍ନା ପଟକୁ ପଛ କରି ବାଇକର ତେଲ ଟ୍ୟାଙ୍କି ଉପରେ ବସିଛି । ଆଉ ନିଜ ପ୍ରେମିକଙ୍କୁ ଆଲିଙ୍ଗନ କରିବାରେ ଲାଗିଛି । ପାଖାପାଖି ରାଜରାସ୍ତା ଉପରେ ସେମାନେ ଏପରି ହରକତ କରୁଥିଲେ । ତେବେ ସେମାନଙ୍କ ଅଜାଣତରେ ତାଙ୍କ ପଛରେ ଯାଉଥିବା ଏକ କାରରେ ଜଣେ ବ୍ୟକ୍ତି ଏହି ଭିଡ଼ିଓ ରେକର୍ଡ଼ କରିବା ସହ ସୋସିଆଲ ମିଡିଆରେ ସେୟାର କରିଥିଲେ, ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଦୃଶ୍ୟ ଦେଖିବା ପରେ ଲୋକମାନେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇଛନ୍ତି । କେହି କେହି ଏହା ସମାଜକୁ କଳୁଷିତ କରୁଛି କହୁଥିବା ବେଳେ ପ୍ରେମୀ ଯୁଗଳଙ୍କୁ ଧରି ପୋଲିସ ଜିମା ଦେବା ଦରକାର ବୋଲି ମତପ୍ରକାଶ ପାଇଛି ।

Leave A Reply

Your email address will not be published.