Latest Odisha News

BREAKING NEWS

ଏପ୍ରିଲରେ ଡହ ଡହ ଖରା, ମେ’ରେ ବାତ୍ୟା ସାମ୍ନା କରିବ ଓଡ଼ିଶା !

ଭୁବନେଶ୍ୱର: ଏପ୍ରିଲରେ ଡହ ଡହ ଖରାରେ ସିଝିଥିବା ଓଡିଶାବାସୀଙ୍କୁ ତାତିରୁ ମିଳିଲା ତ୍ରାହି । ହେଲେ ଆସନ୍ତାମାସରେ ଅର୍ଥାତ ଆସନ୍ତାକାଲି ପାଖରୁ ତାତି କମିବା ସହିତ ସପ୍ତାହକ ଭିତରେ ଖୁବଶୀଘ୍ର ବାତ୍ୟାକୁ ସାମ୍ନା କରିବାକୁ ଯାଉଛନ୍ତି ।

ଆଞ୍ଚଳିକ ପାଣିପାଗ ବିଭାଗ ଟୁଇଟ୍ କରି କହିଛି, ୪ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି  । ଏହାର ପ୍ରଭାବରେ ୬ ତାରିଖ ବେଳକୁ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପରବର୍ତ୍ତୀ ୨୪ ଘଣ୍ଟାରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି।

ଅନ୍ୟପଟେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି, ମେ’ ମାସରେ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ସଂଲଗ୍ନ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ପରେ ଏହାର ପ୍ରଭାବରେ ବାତ୍ୟା ହେବା ଉପରେ ନଜର ରହିଛି। ତେଣୁ ତାତିରୁ ତ୍ରାହି ପରେ ଏବେ ଓଡ଼ିଶାବାସୀ ଖୁବଶୀଘ୍ର ଏକ ବାତ୍ୟାକୁ ସାମ୍ନା କରିପାରନ୍ତି ।

ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏକ ଟିଭି ଚ୍ୟାନେଲକୁ ପ୍ରତିକ୍ରିୟାରେ କହିଛନ୍ତି, ସାଧାରଣତଃ ମେ’ ମାସରେ ବଙ୍ଗୋପସାଗରରେ ଯେତେବେଳେ ବି କୌଣସି ଲଘୁଚାପ ସୃଷ୍ଟି ହୁଏ, ସେତେବେଳେ ଏହାର ତୀବ୍ରତା ବଢ଼ିବାର ସମ୍ଭାବନା ଥାଏ। ବର୍ତ୍ତମାନ ସୁଦ୍ଧା ଆଇଏମଡି ଏହାର ଗଭୀର ବା ଗତିପଥ ଜାଣିପାରିନି ।

ମେ’ ୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସମୁଦ୍ର ଓ ସଂଲଗ୍ନ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯେତେବେଳେ ଲଘୁଚାପ ସୃଷ୍ଟି ହେବ, ସେତେବେଳେ ଏହାର ଗତିପଥ ଏବଂ ତୀବ୍ରତା ସମ୍ପର୍କରେ ଆଇଏମଡି ଠିକ୍ ସମୟରେ ସତର୍କ ସୂଚନା ଜାରି କରିବ ।

ତେବେ ଅନେକ ଭୂବିଜ୍ଞାନୀ ଏବଂ ପାଣିପାଗ ବିଶାରଦ ଏହି ବାତ୍ୟା ଆନ୍ଧ୍ର ପ୍ରଦେଶ ଆଡକୁ ଗତି କରିପାରେ ବୋଲି ଆକଳନ କରିଛନ୍ତି । ଏହାର ଜବାବରେ ଆଇଏମଡି ଡିଜି କହିଛନ୍ତି, ବାତ୍ୟା ମୁଖ୍ୟତଋ ଦୁଇଟି ଋତୁରେ ହୋଇଥାଏ । ଗୋଟିଏ ପ୍ରାକ୍ ମୌସୁମୀ ଅର୍ଥାତ ମାର୍ଚ୍ଚ, ଏପ୍ରିଲ୍, ମେ ଏବଂ ଜୁନ୍ ଏବଂ ମୌସୁମୀ ପରେ ଅର୍ଥାତ ଅକ୍ଟୋବର, ନଭେମ୍ବର, ଡିସେମ୍ବର । ସାଧାରଣତଃ ମେ’ ମାସରେ ଓ ନଭେମ୍ବର ମାସରେ ବାତ୍ୟାର ସମ୍ବାବନା ଅଧିକ ଥାଏ। ମେ’ ମାସରେ ହୋଇଥିବା ବାତ୍ୟାକୁ ଏଡ଼ାଇ ଦିଆଯାଇ ନପାରେ, ତେଣୁ ଆମେ ଏହି ସୃଷ୍ଟ ଲଘୁଚାପ ଉପରେ ନଜର ରଖିଛୁ ।

Leave A Reply

Your email address will not be published.