Latest Odisha News

ଆସୁଛି ବାତ୍ୟା: ଆଜି ସ୍ପଷ୍ଟ ହେବ କୁଆଡ଼େ ଯିବ ‘ଜଓ୍ୱାଦ୍’

ଭୁବନେଶ୍ୱର: ବଙ୍ଗୋପସାଗରରେ ଆସୁଛି ବାତ୍ୟା । ଆଣ୍ଡାମାନ ସାଗରରେ ସକ୍ରିୟ ଲଘୁଚାପ ଆଜି ଅବପାତରେ ପରିଣତ ହୋଇପାରେ । ଆସନ୍ତାକାଲି ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇପାରେ ବାତ୍ୟା । ଏହାର ନାଁ ରହିବ ଜଓ୍ୱାଦ । ସାଇକ୍ଲୋନ ହେବା ପରେ ଉପକୂଳ ମୁହାଁ ହେବ । ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି ୪ ତାରିଖ ସକାଳେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳରେ ପହଞ୍ଚିବା ସମ୍ଭାବବନା ରହିଛି ।

ତେବେ ନିର୍ଦ୍ଦିଷ୍ଟ ଭାବରେ କଣ ରହିବ ବାତ୍ୟାର ଗତିପଥ ? କେଉଁଠି ହିଟ୍ କରିବ ? କେଉଁଠି ବେଶୀ ପ୍ରଭାବ ଛାଡ଼ିବ ବାତ୍ୟା ? ଆଜି ଚିତ୍ର ସ୍ପଷ୍ଟ ହେବ । ଡିପ୍ରେସନ୍ ହେବା ପରେ ଏହାର ଗତିପଥ ସ୍ପଷ୍ଟ ହୋଇଯିବ । କିନ୍ତୁ ଏହାର ପ୍ରଭାବ କାଲିଠାରୁ ଓଡ଼ିଶା ଉପକୂଳରେ ଦେଖିବାକୁ ମିଳିପାରେ । କାଲିଠୁ ଆରମ୍ଭ ହେବ ବର୍ଷା ପବନ । ୪ ତାରିଖରେ ବର୍ଷା ପରିମାଣ ବଢ଼ିବ ।

ବାତ୍ୟା ୪ ତାରିଖ ସକାଳେ ଓଡ଼ିଶା ଉପକୂଳ ପାଖାପାଖି ହେବ । ତେବେ ସ୍ଥଳଭାଗ ଛୁଇଁବ କି ନାହିଁ ତାଉପରେ ନଜର ରହିଛି ଭାରତୀୟ ପାଣିପାଗ ବିଭାଗ । ସ୍ଥଳଭାଗ ନଛୁଇଁ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ କାଲିଠୁ ୫ ତାରିଖ ଯାଏ ଓଡ଼ିଶା ଉପକୂଳରେ ବର୍ଷା ହେବ । ଆଜିଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

Leave A Reply

Your email address will not be published.