Latest Odisha News

BREAKING NEWS

ବଦଳିଲା ନିୟମ; ଏଣିକି ୨୫ ଦିନରେ କରିପାରିବେ ଗ୍ୟାସ ବୁକିଂ 

ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଯୋଗୁଁ ଗ୍ୟାସ ସିଲିଣ୍ଡର ରିଫିଲ୍ ପାଇଁ ୪୫ ଦିନ ବ୍ୟବଧାନ କରାଯାଇଥିଲା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସାରା ଦେଶରେ ଘରୋଇ ଏଲପିଜି ଗ୍ରାହକଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ଉଭୟ କ୍ଷେତ୍ରରେ ଗ୍ୟାସ ସିଲିଣ୍ଡର ରିଫିଲ୍ ବୁକ୍ କରିବା ମଧ୍ୟରେ ଏବେ ୨୫ ଦିନର ବ୍ୟବଧାନ ନେଇ ଘୋଷଣା କରିଛନ୍ତି।

କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ ସୋମବାର ଏନେଇ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ, ସମସ୍ତ ଘରୋଇ ଏଲପିଜି ଗ୍ରାହକଙ୍କୁ ଏବେ ଏକ ସିଲିଣ୍ଡର ବୁକ୍ କରିବା ଏବଂ ଏକ ନୂତନ ରିଫିଲ୍ କରିବା ମଧ୍ୟରେ ଅତି କମରେ ୨୫ ଦିନ ଅପେକ୍ଷା କରିବାକୁ ପଡିବ।

ପୂର୍ବରୁ ଏହି ନିୟମ କେବଳ ସହରାଞ୍ଚଳରେ ପ୍ରଯୁଜ୍ୟ ଥିଲା। ଯେତେବେଳେ କି ଗ୍ରାମାଞ୍ଚଳରେ ଦୁଇଟି ସିଲିଣ୍ଡର ବୁକ୍ କରିବା ମଧ୍ୟରେ ୪୫ ଦିନର ବ୍ୟବଧାନ ସ୍ଥିର କରାଯାଇଥିଲା। ସେପ୍ଟେମ୍ବର ୭ରେ ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ତିନୋଟି ପ୍ରମୁଖ ତୈଳ ବିପଣନ କମ୍ପାନୀ (OMCs), IOCL, BPCL ଏବଂ HPCL ର ମୁଖ୍ୟଙ୍କୁ ଏକ ଚିଠି ଲେଖି ଏହି ନିଷ୍ପତ୍ତିକୁ ତୁରନ୍ତ ପ୍ରଭାବରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମନ୍ତ୍ରଣାଳୟ ଅନୁଯାୟୀ, ପୂର୍ବରୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏବଂ ଯୁଦ୍ଧ ଯୋଗୁ ଏଲପିଜି ଯୋଗାଣ ପ୍ରଭାବିତ ହୋଇଥିଲା। ସେହି ସମୟରେ ଗ୍ରାମାଞ୍ଚଳରେ ଚାହିଦା ବଜାୟ ରଖିବା ଏବଂ କଳାବଜାରୀ ରୋକିବା ପାଇଁ ଅସ୍ଥାୟୀ ଭାବେ ୪୫ ଦିନର ଅବଧି ସ୍ଥିର କରାଯାଇଥିଲା। କିନ୍ତୁ ଏବେ ଦେଶରେ ଏଲପିଜି ଯୋଗାଣ ସ୍ଥିତିରେ ଯଥେଷ୍ଟ ଉନ୍ନତି ଆସିଛି। ଏହାକୁ ଧ୍ୟାନରେ ରଖି ନିୟମଗୁଡ଼ିକୁ କୋହଳ କରାଯାଇଛି।

Comments are closed.