Latest Odisha News

ଫାଟିଲା ଏଲପିଜି ଗ୍ୟାସ୍ ଟ୍ୟାଙ୍କର; ୬ ମୃତ, ୩୧ ଆହତ

ପଞ୍ଜାବ: ପାକିସ୍ତାନର ପଞ୍ଜାବ ଅଞ୍ଚଳରେ ଏକ ଏଲପିଜି ଭର୍ତ୍ତି ଟ୍ୟାଙ୍କର ବିସ୍ଫୋରଣ ହେବାରୁ ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୧ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଏହା ସହ ୨୦ଟି ଘର ମଧ୍ୟ ନଷ୍ଟ ହୋଇଯାଇଛି । ଏଲପିଜି ଟ୍ୟାଙ୍କର୍ ବିସ୍ଫୋରଣରେ ଅନେକ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା ରହିଛି ।

ଉଦ୍ଧାରକାରୀଙ୍କ ସୂଚନା ଅନୁଯାୟୀ, ମୁଲତାନର ହମିଦପୁର କନୌରା ଅଞ୍ଚଳର ଶିଳ୍ପାଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଟ୍ୟାଙ୍କରରେ ବିସ୍ଫୋରଣ ପରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ବିସ୍ଫୋରଣ ପରେ, ଗାଡ଼ିର କିଛି ଅଂଶ ନିକଟରେ ଥିବା କିଛି ଘରେ ପଡ଼ିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଘଟଣା ପରେ ତୁରନ୍ତ ନିଆଁ ଲିଭାଇବା ପାଇଁ ୧୦ ରୁ ଅଧିକ ଦମକଳ ଗାଡ଼ି ଏବଂ ଫୋମ୍-ଭିତ୍ତିକ ଉପକରଣ ବ୍ୟବହାର କରାଯାଇଥିଲା । କିଛି ଘଣ୍ଟାର କଠିନ ପରିଶ୍ରମ ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା ।

ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି, ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ବିସ୍ଫୋରଣ ସ୍ଥଳର ଆଖପାଖରେ ଥିବା ୨୦ ଘର ପୋଡି ନଷ୍ଟ ହୋଇଯାଇଛି । ୭୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି । ବିସ୍ଫୋରଣରେ ପୋଷା ଜୀବଜନ୍ତୁ ମାନଙ୍କର ମଧ୍ୟ ମୃତ୍ୟୁ ହୋଇଛି ।

Comments are closed.