Latest Odisha News

ଲୁଧିଆନା କୋର୍ଟ ବିସ୍ପୋରଣ ଘଟଣା: ବିମାନ ବନ୍ଦରରେ ମୁଖ୍ୟ ଅଭିଯୁକ୍ତଙ୍କୁ ମାଡିବସିଲା ପୋଲିସ

ନୂଆଦିଲ୍ଲୀ: ଲୁଧିଆନା କୋର୍ଟ ବୋମା ବିସ୍ପୋରଣ ମାମଲାର ତଦନ୍ତ କରୁଥିବା NIAକୁ ମିଳିଛି ବଡ ସଫଳତା ।   ବିସ୍ପୋରଣ ଘଟାଇଥିବା ମୁଖ୍ୟ ଅଭିଯୁକ୍ତ ତଥା ଆତଙ୍କବାଦୀ ହରପ୍ରିତ ସିଂକୁ  ଗିରଫ କରିଛି । ଫ୍ଲାଇଟରେ ମାଲେସିୟାରୁ ଭାରତ ଆସୁଥିବା ବେଳେ NIA ଇନ୍ଦିରା ଗାନ୍ଧି ଇଣ୍ଟରନେସନାଲ ଏୟାରପୋର୍ଟରୁ ତାଙ୍କୁ ଗିରଫ କରିଛି । ବିସ୍ପୋରଣ କରିବା ପରେ ସେ ଫେରାର ଥିଲେ ।  ପରେ ହରପ୍ରିତ ସିଂକୁ ଧରିବା ପାଇଁ NIA ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା ।

ତଦନ୍ତରୁ ଜଣାପଡିଛି  ଆତଙ୍କବାଦୀ ହରପ୍ରିତ ସିଂ, ପାକିସ୍ଥାନୀ ସ୍ଥିତ ଆନ୍ତର୍ଜାତୀୟ ଶିଖ ଯୁବ ଫାଉଣ୍ଡେସନର ମୁଖ୍ୟ ଲଖବୀର ସିଂ ରୋଡେର ସହଯୋଗୀ ଥିଲା । ହରପ୍ରିତ ସିଂ, ରୋଡେ ସହ ମିଶି ଲୁଧିଆନା କୋର୍ଟ ବିସ୍ପୋରଣର ଯୋଜନା କରିଥିଲେ ।

ରୋଡେର ଇସାରାରେ ହରପ୍ରିତ ସିଂ ପାକିସ୍ଥାନରୁ ଆସିଥିବା କଷ୍ଟମ ମେଡ ଆଇଇଡିକୁ ଭାରତରେ ପହଞ୍ଚାଇଥିଲା ଏବଂ ଏହା ର ବ୍ୟବହାର କରି କୋର୍ଟରେ ବିସ୍ପୋରଣ କରାଯାଇଥିଲା ।

ସୁଚନାନୁସାରେ, ଲୁଧିଆନା ଜିଲ୍ଲା କୋର୍ଟରେ ୨୩ ଡିସେମ୍ୱେର ୨୦୨୧ରେ ବୋମା ବିସ୍ପୋରଣ ହୋଇଥିଲା । ଯେଉଁଥିରେ ଜଣଙ୍କର ମୃତ୍ୟ ହୋଇଥିବା ବେଳେ ୬ ଜଣ ଗୁରତର ଆହାତ ହୋଇଥିଲେ । ଏହି ଘଟଣାଟି ଲୁଧିଆନା କମିଶନରେଟରେ ମାମଲା ରୁଜୁ  ହୋଇଥିଲା, କିନ୍ତୁ ପରେ ୨୩ ଜାନୁଆରୀ ୨୦୨୧ରେ NIA ଏହି ମାମଲାକୁ ନିଜ ହାତକୁ ନେଇଥିଲା ।

Leave A Reply

Your email address will not be published.