Latest Odisha News

BREAKING NEWS

ଦିନରେ ୩ ଥର ବଦଳେ ମା ଭବାନୀଙ୍କ ରୂପ, ମାଟି ତଳୁ ଶିବଲିଙ୍ଗ ସହ ହୋଇଛନ୍ତି ପ୍ରକଟ

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ମାଆଙ୍କର ନବରାତ୍ରି ପୂଜା  । ଏଥିଲାଗି ଚଳଚଞ୍ଚଳ ହୋଇଉଠିଛି ସବୁ ଦେବୀ ପୀଠ  । ସମସ୍ତେ ମାଆ ଦୁର୍ଗାଙ୍କ ଭକ୍ତିରେ ବୁଡି ରହିଛନ୍ତି  । ଯେଉଁ ଆଡେ ବି ଦେଖିବେ କେଉଁଠି ମାଆଙ୍କର ବିଶାଳ ମୂର୍ତ୍ତି ନିର୍ମାଣ କରାଯାଇଛି ତ କେଉଁଠି ଭଜନ ସମାରୋହର ଆୟୋଜନ କରାଯାଇଛି  । ଆଉ କେଉଁଠି ରଙ୍ଗୀନ ଆଲୋକମାଳାରେ ସଜାଯାଉଛି ତ କେଉଁଠି ସୁଉଚ୍ଚ ପେଣ୍ଡାଲ ନିର୍ମାଣ କରାଯାଇଛି ।  ସବୁଠି ମାଆ ଦୁର୍ଗାଙ୍କ ଗୁଣଗାନ କରାଯାଉଛି । ବଲିଆରେ ଏପରି ଏକ ଦୁର୍ଗା ମନ୍ଦିର ରହିଛି  । ଯେଉଁଠି ମାଆ ଭୂମି ତଳୁ ଶିବଲିଙ୍ଗ ସହ ଉତ୍ପନ୍ନ ହୋଇଛନ୍ତି  । ମାତାଙ୍କୁ ଦର୍ଶନ କରିବା ଲାଗି କାହିଁ କେତେ ଦୂରରୁ ଭକ୍ତଙ୍କ ଭିଡ ଲାଗେ  । ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା ହୋଇ ମାଆଙ୍କୁ ଦର୍ଶନ କରନ୍ତି  ।

ଉଚେଡାର ଭବାନୀଙ୍କ କୃପା କେବଳ ବଲିଆ ଜିଲ୍ଲାରେ ନୁହେଁ ବରଂ ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ପ୍ରସିଦ୍ଧ । ବିଶ୍ବାସ ରହିଛି ଏଠାରେ ଭକ୍ତି ସହକାରେ ଆସି ମାଆଙ୍କୁ ଡାକିଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ  । ସବୁଠାରୁ ଆଶ୍ଚିର୍ଯ୍ୟକର କଥା ହେଉଛି ଏଠାରେ ୩ ତଣ ମାଆଙ୍କର ରୂପ ବଦଳେ । ଏହି ମନ୍ଦିର ଶହ ଶହ ବର୍ଷ ପୁରୁଣା । ଏହି ସ୍ଥାନଟି ହେଉଛି ଶକ୍ତିମାନଙ୍କ ମଧ୍ୟରୁ ଅନ୍ୟତମ ।

ମନ୍ଦିରର ପୁରୋହିତଙ୍କ କହିବା ଅନୁଯାୟୀ, ଭୂମି ତଳେ ଦେଖାଯାଉଥିବା ଭବାନୀଙ୍କ ରୂପ ଦିନକୁ  ତିନିଥର ବଦଳିଥାଏ। ସକାଳେ ମାଆ ଜଣେ ପିଲା ପରି ଦେଖାଯାନ୍ତି  । ଅପରାହ୍ନରେ ଜଣେ ଯୁବକ ରୂପରେ ଆସନ୍ତି  । ଏବଂ ସନ୍ଧ୍ୟାରେ  ବୃଦ୍ଧାବସ୍ଥାରେ ରୂପ ପରିବର୍ତ୍ତନ ହୁଏ  । ଭକ୍ତମାନଙ୍କ ପାଇଁ ଏହା ଏକ ବଡ଼ ବିଶ୍ୱାସ କେନ୍ଦ୍ର  । ଭକ୍ତଙ୍କ କହିବା ଅନୁଯାୟୀ କେହି କେବେ ମାଆ ନିକଟରୁ କେବେ ଖାଲି ହାତରେ ଫେରିନାହିଁ । ମାଆ ସମସ୍ତଙ୍କ ମନସ୍କାମନା ପୂର୍ଣ୍ଣ କରନ୍ତି ।

Leave A Reply

Your email address will not be published.