Latest Odisha News

କଟକଣା ଭିତରେ ଗଡ଼ିବ ମା’ବିରଜାଙ୍କ ରଥ

ଯାଜପୁର: କଟକଣା ଭିତରେ ଗଡ଼ିବ ମା’ବିରଜାଙ୍କ ରଥ । କରୋନା କଟକଣା ଯୋଗୁଁ ଚଳିତବର୍ଷ ଦୁର୍ଗା ମହାଷ୍ଟମୀରେ ଗଡିବ ରଥ ।  ବିନା ଶ୍ରଦ୍ଧାଳୁରେ ଗଡିବ ମା’ ବିରଜାଙ୍କ ରଥ । ଏନେଇ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଗତକାଲି ଜିଲ୍ଲା ପ୍ରଶାସନ ଓ ମନ୍ଦିର ସେବାୟତମାନଙ୍କ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୬ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ମନ୍ଦିର ଚାରିପଟେ ୧୪୪ଧାରା ଲାଗୁ ହେବ।

ନବ ଦିନ ବ୍ୟାପି ଅନୁଷ୍ଠିତ ଏହି ରଥ ଯାତ୍ରାରେ ସେବାୟତ ପୋଲିସ ଟାଣିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । କୋଭିଡ କଟକଣା ଲାଗି ଶ୍ରଦ୍ଦାଳୁଙ୍କ ମନ୍ଦିର ଦର୍ଶନ ଓ ରଥ ଟଣାକୁ ଦୁଇଟି ପର୍ଯ୍ୟାୟ ରେ ଭାଗ କରାଯାଇଛି ।

ପ୍ରତ୍ୟେକ ଦିନ ଅପରାହ୍ନ ୨ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କଟକଣା ଜାରି ରହିବ । ସକାଳ ୫ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିବେ, କିନ୍ତୁ ରଥକୁ ଦୂରରୁ ଦର୍ଶନ କରିବେ । ରଥ ଉପରେ ଭୋଗ ଅର୍ପଣ ପାଇଁ ଭକ୍ତମାନଙ୍କୁ ଅନୁମତି ମିଳିବ ନାହିଁ ବୋଲି ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି ।

 

Leave A Reply

Your email address will not be published.