Latest Odisha News

BREAKING NEWS

ଫିଟୁଛି ଫ୍ରାନ୍ସ କ୍ୟାଥୋଲିକ୍ ଚର୍ଚ୍ଚର ଗୁମର;୧୯୫୦ ପରଠାରୁ ପ୍ରାୟ ୨୧୬,୦୦୦ ଶିଶୁ ହୋଇଛନ୍ତି ଯୌନ ଶୋଷଣର ଶିକାର

ନୂଆଦିଳ୍ଲୀ: ଖୋଲୁଛି ଫ୍ରେଞ୍ଚ କ୍ୟାଥୋଲିକ ଚର୍ଚ୍ଚର ଗୁମର। ୧୯୫୦ ପରଠାରୁ ଫ୍ରାନ୍ସର କ୍ୟାଥୋଲିକ୍ ଚର୍ଚ୍ଚରେ ଶିଶୁଙ୍କୁ କରାଯାଉଛି ଯୌନ ଶୋଷଣ। ଏଭଳି ଏକ ସାଙ୍ଘାତିକ ମାମଲାର ପର୍ଦ୍ଦାଫାସ କରାଯାଇଛି। ଚର୍ଚ୍ଚ ଭଳି ପବିତ୍ର ସ୍ଥାନରେ ଏଭଳି ଅନୈତିକ କାର୍ଯ୍ୟ ନିଶ୍ଚିତ ରୂପେ ନିନ୍ଦନୀୟ। ଫ୍ରାନ୍ସର ଚର୍ଚ୍ଚରେ ଶିଶୁ ଯୌନ ଶୋଷଣ ମାମଲାର ତଦନ୍ତରେ ନିୟୋଜିତ ସ୍ୱାଧୀନ କମିଶନ ଏହି ସୂଚନା ଦେଇଛନ୍ତି।

ଆୟୋଗ ଏହାର ଅନୁସନ୍ଧାନରୁ ଜାଣିବାକୁ ପାଇଛି ଯେ ୧୯୫୦ ପରଠାରୁ ପ୍ରାୟ ୨୧୬,୦୦୦ ଜଣ ଶିଶୁ ଧର୍ମଯାଜକଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇଥିଲେ।

ଦୁର୍ବ୍ୟବହାରକୁ ରୋକିବା ପାଇଁ ଚର୍ଚ୍ଚ ଆବଶ୍ୟକ ପଦକ୍ଷେପ ଗ୍ରହଣ ନକରିବା ସହ ଦୁର୍ବ୍ୟବହାରର ରିପୋର୍ଟ କରିବାରେ ବିଫଳ ହୋଇଛି।

Leave A Reply

Your email address will not be published.