Latest Odisha News

BREAKING NEWS

ମା’ ବିରଜାଙ୍କ ଶାରଦୀୟ ପୂଜାତ୍ସୋବର ଚୂଡ଼ାନ୍ତ କାର୍ଯ୍ୟସୂଚୀ…

ଯାଜପୁର: ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଶାରଦୀୟ ଦୁର୍ଗୋତ୍ସବର ବିଭିନ୍ନ କାର୍ଯ୍ୟ ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ସେପ୍ଟେମ୍ୱର ୧୦ ତାରିଖ ଗୁରୁବାର ମୂଳାଷ୍ଟମୀ ଦିନ, ମା’ ବିରଜାଙ୍କ ଘଟ ନିମଜ୍ଜନ ଏବଂ ରାତ୍ର ଘ. ୮.୨୧ ମିନିଟ୍ ରୁ ଘ. ୯.୦୮ ମିନିଟ୍ ମଧ୍ୟେ ଦେବୀଙ୍କର ମହାସ୍ନାନ ଅନୁଷ୍ଠିତ ହୋଇଛି । ସେପ୍ଟେମ୍ୱର ୧୬ ତାରିଖ ବୁଧବାର ରାତ୍ର ଘ. ୧୦.୪୩ ମିନିଟ୍ ପରେ ସିଂହାସନେ ନିତ୍ୟପୂଜା ରାତ୍ର ୮ ଟାରୁ ସମ୍ପନ୍ନ ହୋଇଛି ସେପ୍ଟେମ୍ୱର ୧୭ ତାରିଖରୁ ମଳ ମାସ ଆରମ୍ଭ ହୋଇଛି।

ଅକ୍ଟୋବର ୧୬ ତାରିଖ ମଧ୍ୟ ରାତ୍ରି ପରେ ମଳ ମାସ ଶେଷ । ତେଣୁ ଏହି ସମୟରେ ପ୍ରତ୍ୟହ ଦିବା ଓ ରାତ୍ରରେ ନିତ୍ୟ ଷୋଡଶ ଉପଚାର ପୂଜା ହେବ । ଅକ୍ଟୋବର ୧୭ ତାରିଖ ଶନିବାର ଅପରାହ୍ନ ଘ. ୧.୫୬ ମିନିଟ୍ ପରେ ରଥ ପ୍ରତିଷ୍ଠା ଓ ରଥ ଚାଳନାର ଶୁଭାରମ୍ଭ ହେବ । ୨୦ ତାରିଖ ମଙ୍ଗଳବାର ଦିନ ପଞ୍ଚମୀ-ମହାସ୍ନାନ ସଂଧ୍ୟା ଘ. ୬.୩୦ ମିନିଟ୍ ରୁ ଘ. ୭.୪୫ ମିନିଟ୍ ମଧ୍ୟରେ ହେବ ଓ ରାତିରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହେବ ।

ଷଷ୍ଠୀ, ସପ୍ତମୀ ନିତ୍ୟ ପୂଜା ଓ ରାତ୍ରରେ ଯଜ୍ଞ କାର୍ଯ୍ୟ ଅନୁଷ୍ଠିତ ହେବ । ୨୩ ତାରିଖ ଶ୍ରୁକ୍ରବାର ମହାଷ୍ଟମୀ, ମହାସ୍ନାନ ସଂଧ୍ୟା ଘ. ୭.୩୮ ମିନିଟ୍ ରୁ ଘ. ୮.୫୫ ମିନିଟ୍ ମଧ୍ୟେ ଅନୁଷ୍ଠିତ ହେବ । ୨୪ ତାରିଖ ଶୁକ୍ରବାର ଦିନ ମହାନବମୀ, ମା’ ବିରଜାଙ୍କ ରଥାବତରଣ ଓ ଲାଖବିନ୍ଧା ପ୍ରାନ୍ତରକୁ ଯାତ୍ରା ରାତ୍ରି ଘ. ୧୧.୩୯ ମିନିଟ୍ ପରେ ଆରମ୍ଭ ହେବ । ୨୫ ତାରିଖ ରବିବାର ଦିନ ଦଶହରା ଓ ରାତ୍ରି ଘ. ୭.୫୨ ମିନିଟ୍ ପରେ ଘଟ ବିସର୍ଜନ ହେବ । ୩୦ ତାରିଖ ଶୁକ୍ରବାର ସଂଧ୍ୟା ଘ. ୬.୨୦ ମିନିଟ୍ ରୁ କୁମାରପୂର୍ଣ୍ଣମୀ ଓ ଅକ୍ଷକ୍ରୀଡା ଅନୁଷ୍ଠିତ ହେବ ବୋଲି ବିରଜା ମନ୍ଦିରର ମ୍ୟାନେଜିଂ ଟ୍ରଷ୍ଟି ତଥା ଉପ-ଜିଲ୍ଳାପାଳ ନାରୟଣ ଚନ୍ଦ୍ର ଧଳ ଓ ମୁଖ୍ୟ ପୁରୋଧା ହିମାଂଶୁ ଶେଖର ପତିମିଶ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.