Latest Odisha News

ମା ବିରଜାଙ୍କ ବନଜାଗ ଯାତ୍ରା ଅନୁଷ୍ଠିତ : ସୁନିଆଁରୁ ମାଙ୍କର ଶାରଦୀୟ ପୂଜାର ହୋଇଛି ଶୁଭାରମ୍ଭ

ଯାଜପୁର: ପରମ୍ପରା ଅନୁଯାୟୀ ପବିତ୍ର ସୁନିଆରୁ ମା ବିରଜା ଙ୍କ ଶାରଦୀୟ ପୁଜାର ଶୁଭାରମ୍ଭ ହୋଇଛି  । ରଥ ନିର୍ମାଣ ପାଇଁ କାଷ୍ଠ ସଂଗ୍ରହ ତଥା ବିଲ୍ୱ ବରୁଣ ପୁଜା ଲାଗି ବନଜାଗ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିଲାଗି ନବାଙ୍କ ପୁଜା କରାଯାଇ ସାରଣୀ ଲେଖା ସହ ଷୋଡଶ ଉପଚାର ଲାଗି ନିୟୋଜିତ ସେବାୟତ ମାନଙ୍କୁ ବରଣୀ କରାଯାଇଛି । ମୁଖ୍ୟ ପୁରୋଧା ହିମାଂଶୁ ପତି ମିଶ୍ର ଏବଂ  ଜ୍ଞାନ ରଞ୍ଜନ ପତିଙ୍କ ନେତୃତ୍ୱରେ ବଳି ମଣ୍ଡପ ରେ ବିଧି ମୂତାବକ ସାବିତ୍ରୀ ଓ ସରସ୍ୱତୀଙ୍କ ଆହ୍ୱାନରେ ପୁଜା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି ।

ପୂଜା ପରେ ଦେବୀ ଙ୍କ ସିଂହଧ୍ୱଜ ରଥ ନିର୍ମାଣ ଲାଗି ଚିହ୍ନଟ ବେଲ ଗଛ କଟା ଯିବାର ପରମ୍ପରା ରହିଛି । ତେବେ ଚଳିତ ବର୍ଷ ପାରମ୍ପରିକ ରୀତି ନୀତି ଅନୁଯାୟୀ ହାଟପାଟଣା ଗାଁର ଗୌରାଙ୍ଗ ପୃଷ୍ଟି ଓ ନିତ୍ୟାନନ୍ଦ ପୃଷ୍ଟିଙ୍କ ବାଡିରୁ କାଠ ସଂଗ୍ରହ କରାଯାଇଛି । ସୁନିଆଁ ପର ଦିନଠାରୁ ମାଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ବିଧି ରହିଛି  ।

Leave A Reply

Your email address will not be published.