Latest Odisha News

BREAKING NEWS

ତିନି ଦିନ ପରେ ଆଜି ସ୍ୱାଭାବିକ ଭାବେ ଚାଲିଛି ବିଧାନସଭା

ଭୁବନେଶ୍ୱର: ତିନି ଦିନପରେ ଆଜି ସ୍ୱାଭାବିକ ଭାବେ ଚାଲିଛି ବିଧାନସଭା । ଉଭୟେ ବିରୋଧୀ ଓ ଶାସକ ନାରାବାଜି କାରଣରୁ ୩ ଦିନ ଧରି ଅଚଳ ରହିଥିଲା ଗୃହ । ବାଚସ୍ପତି ପ୍ରମିଳା ମଲ୍ଲିକ ସର୍ବଦଳୀୟ ବୈଠକ ଡାକିବା ପରେ ଆଜି ସ୍ୱାଭାବିକ ହୋଇଛି ଗୃହକାର୍ଯ୍ୟ ।

BjdElectrycity

ଅଧିବେଶନର ୪ର୍ଥ ଦିନରେ ପ୍ରଶ୍ନକାଳରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ବିଭାଗୀୟ ମନ୍ତ୍ରୀମାନେ ପ୍ରଶ୍ନର ଉତ୍ତର ରଖିଛନ୍ତି । ଆଜି ଗୃହରେ କୃଷି, ଗଣଶିକ୍ଷା, ଉଚଶିକ୍ଷା ଏବଂ ପଶୁ ସମ୍ପଦ ଓ ଯୋଗାଣ ବିଭାଗ ଉପରେ ଆଲୋଚନା କରାଯିବ ।

ସୂଚନାଥାଉ କି, ଗତକାଲି ଗୃହ ଆରମ୍ଭ ହେବାକ୍ଷଣି ବିରୋଧୀ ବିଜେପି ବିଧାୟକ ଗୃହ ମଧ୍ୟଭାଗକୁ ଚାଲି ଆସିଥିଲେ । ବିଭିନ୍ନ ପ୍ରସଙ୍ଗକୁ ନେଇ ହାତରେ କଳାପଟି ବାନ୍ଧି ବାଚସ୍ପତିଙ୍କ ପୋଡିୟମ ତଳୁ ଚାଲି ଆସଥିଲେ । ବିଜେଡି ବିଧାୟକ ମଧ୍ୟ ଏମଏସପି ପ୍ରସଙ୍ଗ ଉଠାଇ ନିଜ ଆସନରେ ଛିଡା ହୋଇ ପ୍ରତିବାଦ କରିଥିଲେ । ଫଳରେ ଗୃହକୁ ଦିନ ୧୨ଟା  ଓ ପରେ ଅପରାହ୍ନ ୪ଟା ଯାଏ ମୁଲତବୀ ରଖିଥିଲେ ବାଚସ୍ପତି

Leave A Reply

Your email address will not be published.