Latest Odisha News

BREAKING NEWS

କନ୍ଦରପୁରରେ ମା ଧବଳେଶ୍ଵରୀ ବିଶ୍ଵ ଶାନ୍ତି ଯଜ୍ଞ ଅନୁଷ୍ଠିତ

କନ୍ଦରପୁର : କନ୍ଦରପୁର ନିକଟସ୍ଥ ପାରାବିଲ ଗ୍ରାମରେ ମା ଧବଳେଶ୍ଵରୀ ବିଶ୍ଵ ଶାନ୍ତି ଯଜ୍ଞ ଅବସରରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ, ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ଓଡ଼ିଶା ଭୁବନେଶ୍ୱର ପକ୍ଷରୁ ମହାପ୍ରଭୁଙ୍କ ଜାମାଲାଗି ବେଶ କରାଯିବା ସହିତ, ଭଜନ ଜଣାଣ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ପରିଷଦର କଳାକାର ମାନେ ଭଜନ ପରିବେଷଣ କରିଥିଲେ ଓ ପଣ୍ଡିତ କାଶୀନାଥ ମିଶ୍ର ସ୍କନ୍ଦ ପୁରାଣରେ ବର୍ଣିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଷୟରେ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମକୁ ଦାମୋଦର ସେନାପତି ଓ ପ୍ରଶାନ୍ତ ବେହେରା  ପରିଚାଳନା କରିଥିଲେ।

 

Leave A Reply

Your email address will not be published.