Latest Odisha News

BREAKING NEWS

ଓମିକ୍ରନ ଭୟ, ନୂଆବର୍ଷରେ ୩ ଦିନ ବନ୍ଦ ରହିବ ମା’ ମଝିଘରିଆଣୀଙ୍କ ମନ୍ଦିର

ରାୟଗଡ଼ା: ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିର ଆସନ୍ତା ୩୧ରୁ ଜାନୁଆରୀ ୨ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ନୂଆବର୍ଷରେ କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ମନ୍ଦିର ବନ୍ଦ ରହିବ । ଏନେଇ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏହି ତିନି ଦିନ ମନ୍ଦିରକୁ କେହି ନଆସିବା ନିମନ୍ତେ ବିଜ୍ଞପ୍ତି ଜାରି ହୋଇଛି ।

ମଝିଘରିଆଣୀ ମନ୍ଦିରକୁ ଜିଲ୍ଲା ସମେତ ପଡ଼ୋଶୀ ଗଜପତି, କୋରାପୁଟ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରୁ ଭକ୍ତମାନେ ଆସିଥାନ୍ତି । ହେଲେ ରାଜ୍ୟରେ ଆଜି ଆଉ ଚାରି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ସହ ରାଜ୍ୟରେ ମୋଟ୍ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି । ଯାହାପରେ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି ।

ଏହି ସମୟରେ ମାଆଙ୍କ ନୀତିକାନ୍ତି ପୂର୍ବଦିନ ଭଳି ଚାଲିବ । ହେଲେ ମନ୍ଦିରକୁ ଭକ୍ତଙ୍କ ପ୍ରବେଶକୁ ବାରଣ କରାଯାଇଛି । ବର୍ତ୍ତମାନ ଓମିକ୍ରନ ବଢ଼ୁଥିବାରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

Leave A Reply

Your email address will not be published.