Latest Odisha News

BREAKING NEWS

ଲୋକାର୍ପିତ ହେଲା ବହୁ ପ୍ରତିକ୍ଷିତ ସମଲେଇ ପ୍ରକଳ୍ପ

ସମ୍ବଲପୁର: ଲୋକାର୍ପିତ ହେଲା ବହୁ ପ୍ରତିକ୍ଷିତ ସମଲେଇ ପ୍ରକଳ୍ପ । ସମ୍ବଲପୁରରେ ହୋଇଥିବା ମା’ ସମଲେଇ ପ୍ରକଳ୍ପକୁ ଆଜି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ଏବଂ ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‌ ଉପସ୍ଥିତ ରହିଥିଲେ । ଲୋକାର୍ପଣ ପରେ ମୁଖ୍ୟମନ୍ତ୍ରୀ ବ୍ୟାଟେରି ଗାଡ଼ିରେ ବସି ପ୍ରକଳ୍ପ ବୁଲି ଦେଖିଛନ୍ତି ।

ଗତକାଲି ପୀଠରେ କଳସ ଯାତ୍ରା ହୋଇଥିବାବେଳେ, ଆଜି ଠାରୁ ସମଲେଶ୍ୱର ମନ୍ଦିର ପରିସରରେ ଥିବା ଯଜ୍ଞ କୁଣ୍ଡରେ ହୋମ ଯଜ୍ଞ ଆରମ୍ଭ ହେବ । ଆଜି ସନ୍ଧ୍ୟାରେ ମହାନଦୀ କୂଳରେ ମହାନଦୀ ଘାଟରେ ସନ୍ଧ୍ୟା ଆଳତିର ବନ୍ଦବୋସ୍ତ କରାଯାଇଛି । ଏହି ପ୍ରକଳ୍ପ ଲୋକାର୍ପଣ ଓ ସ୍ୱତନ୍ତ୍ର ଦେବ ନୀତି ପାଇଁ ଆଜି ସକାଳ ୯ ଟା ରୁ ଦିନ ୨ ଟା ପର୍ଯ୍ୟନ୍ତ ସମଲେଇ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି ।

ତେବେ ମା’ ସମଲେଇ ପୀଠର ବିକାଶ ପାଇଁ ୪୦ ଏକର ଜମିରେ ନିର୍ମାଣ ହୋଇଛି ଏହି ପ୍ରକଳ୍ପ । ପ୍ରାୟ ୨ ଶହ କୋଟି ଟଙ୍କା ଖର୍ଚ୍ଚରେ ତିଆରି କରାଯାଇଛି । ଏହା ମଧ୍ୟରେ ଯାତ୍ରୀ ନିବାସ, ଶୌଚାଳୟ, ଯାତ୍ରୀ ପ୍ରତିକ୍ଷାଳୟ ରହିଛି । ଭୋଗମଣ୍ଡପ, ପୁରୋହିତଙ୍କ ବିଶ୍ରାମଗୃହ, ମନ୍ଦିରର ୪ ପାର୍ଶ୍ୱରେ ଐତିହ୍ୟ ଦ୍ୱାର ରହିଛି । ଶ୍ରଦ୍ଧାଳୁମାନେ ପୀଠର ମୁଖ୍ୟ ଦ୍ୱାର ଦେଇ ପ୍ରବେଶ କରିବେ ଓ ଅନ୍ୟ ୩ ଦ୍ୱାର ଦେଇ ପ୍ରସ୍ଥାନ କରିବେ । ଏକା ସାଙ୍ଗରେ ୬ ହଜାର ଦୀପ ଜଳିବାର ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.