Latest Odisha News

BREAKING NEWS

ନିଜକୁ ବିବାହ କରିବେ ଶମା ବିନ୍ଦୁ

ଭୁବନେଶ୍ୱର: ଗୁଜୁରାଟର ଜଣେ ୨୪ ବର୍ଷୀୟା ଯୁବତୀ ନିଜକୁ ବାହା ହେବା କଥା ଘୋଷଣା କରିଛନ୍ତି । ଏଥିପାଇଁ ପରିବାର ଲୋକେ ରାଜି ହେବା ସହ ମଣ୍ଡପ, ତାରିଖ ଓ ନିମନ୍ତ୍ରଣ ସବୁ ପ୍ରସ୍ତୁତ ହୋଇସାରିଛି । କେବଳ ମନ୍ତ୍ର ପଢ଼ା ହେବ ଆଉ ହାତ ଗଣ୍ଠି ପଡ଼ିବ । ସେ ବି ନିଜକୁ ନିଜେ ହେବ ।

ଶମା ବିନ୍ଦୁ ଜୁନ୍ ୧୧ରେ ବିବାହ ତାରିଖ ଧାର୍ଯ୍ୟ କରିଛନ୍ତି । ସବୁ ରୀତିନୀତିରେ ହେବାକୁ ଥିବା ବେଳେ କେବଳ ବର ରହିବନି ଏହି ବିବାହରେ । ଏହି ବିବାହକୁ ଇଂରାଜୀରେ କୁହନ୍ତି ‘ସୋଲୋଗାମୀ’ ।

ଶମା କହିଛନ୍ତି ଯେ, ସେ ଏଭଳି ଏକୁଟିଆ ବାହାଘରକୁ ନେଇ ଗୁଡ଼େ ଖୋଜାଖୋଜି କରିଛନ୍ତି । ହେଲେ ଏଭଳି ଖବର ଦେଖିବାକୁ ପାଇଲେନି । ତେଣୁ ସେ ଭାରତରେ ପ୍ରଥମ ସୋଲୋଗାମୀ ବିବାହ କରୁଛନ୍ତି ବୋଲି ବିବେଚନା କରୁଛନ୍ତି ।

ତାଙ୍କ କହିବା ଅନୁଯାୟୀ, ଶମା କେବେ ବି ବିବାହ କରବାକୁ ଚାହୁଁନଥିଲେ । ସେ କେବେ ବି ବୋହୂ ହେବାକୁ ଚାହୁଁନଥିଲେ । ତେଣୁ ସେ ନିଜକୁ ବିବାହ କରିବାକୁ ଚାହୁଁଛନ୍ତି । ନିଜକୁ ଗ୍ରହଣ କରିବା ବା ନିଜକୁ ଭଲ ପାଇବାର ଏହା ଏକ ପ୍ରତୀକ – ସୋଲୋଗାମୀ ।

ବିନା ପାଟର୍ନରରେ ହେଉଥିବା ଏହି ବାହାଘରରେ ହନିମୁନ୍ ମଧ୍ୟ ହେବ । ଶମା ବିନ୍ଦୁ ବାହାଘର ପରେ ଦୁଇ ସପ୍ତାହ ପାଇଁ ହନିମୁନ୍ କରିବାକୁ ଗୋଆ ଯିବାକୁ ଯୋଜନା ରଖିଛନ୍ତି ।

Leave A Reply

Your email address will not be published.