Latest Odisha News

BREAKING NEWS

ଏୟାର ଇଣ୍ଡିଆ ଭଲ ବ୍ୟବସାୟ କରୁଛି, କୋଭିଡ କାଟ୍ ଦରମା ଭରଣା ହେବ

ଭୁବନେଶ୍ୱର: ଟାଟା ଗ୍ରୁପ ଏୟାର ଇଣ୍ଡିଆର ମାଲିକାନା ନେବାର ତିନି ମାସ ଭିତରେ କର୍ମଚାରୀ ମାନଙ୍କ କାଟ୍ ଦରମା ଭରଣା କରିବାକୁ ନିଷ୍ପତ୍ତି ନେଇଛି । କୋଭିଡ ମହାମାରୀ ପରେ ଏୟାର ଇଣ୍ଡିଆ କର୍ମଚାରୀମାନଙ୍କ ଦରମା କାଟ୍ ହୋଇଥିଲା । ବିମାନ ଚଳାଚଳ ବନ୍ଦ ହେତୁ ଉଡାଣକାରୀ ସଂସ୍ଥା ଗୁଡ଼ିକର ବ୍ୟବସାୟ ପ୍ରଚୁର କ୍ଷତି ସହିଥିଲା ।

କ୍ଷତି ଭରଣା କରିବା ପାଇଁ ଅନେକ ବିମାନ ଚଳାଚଳ ସଂସ୍ଥା ଖର୍ଚ୍ଚ କାଟ୍ କରିଥିଲେ । ପୁନଶ୍ଚ ବିମାନ ଚଳାଚଳ ସ୍ୱାଭାବିକ ହେବା ପରେ ବ୍ୟବସାୟ ମଧ୍ୟ ନିୟମିତ ହୋଇଛି । ଏହାକୁ ଆଧାର କରି ଟାଟା ଗ୍ରୁପ୍ ବିମାନ କର୍ମଚାରୀ ମାନଙ୍କ କାଟ୍ ଦରମା ଭରଣା କରିବାକୁ ନିଷ୍ପତ୍ତି ନେଇଛି ।

ଏପ୍ରିଲ ପହିଲାରୁ ପ୍ରାୟ ୭୫ ପ୍ରତିଶତ ଦରମା ଭରଣା କରାଯିବ । ପାଇଲଟଙ୍କର ଫ୍ଲାଇଂ ଆଲାଉନ୍ସ ୨୦ ପ୍ରତିଶତ ବୃଦ୍ଧି ହେବ । ଯାହା ୩୫ ପ୍ରତିଶତ କାଟ୍ ହୋଇଥିଲା । ସ୍ପେଶାଲ ପେ ପାଇଲଟ ଓ ୱାଇଡ଼ ବଡି ଆଲାଉନ୍ସ ୨୫ ପ୍ରତିଶତ ଭରଣା ହୋଇଛି । ଯାହା ଆଗରୁ ୪୦ ପ୍ରତିଶତ କାଟ୍ ହୋଇଥିଲା । କ୍ୟାବିନ କ୍ରିଉ ଙ୍କ ଫ୍ଲାଇଂ ଆଲାଉନ୍ସ ୧୦ ପ୍ରତିଶତ ଭରଣା ହୋଇଛି । ଯାହା ୧୫ ପ୍ରତିଶତ କାଟ୍ ହୋଇଥିଲା । ୱାଇଡ଼ ବଡି ଆଲାଉନ୍ସ ୨୦ ପ୍ରତିଶତ କାଟ୍ ହୋଇଥିଲା ଏବଂ ୫ ପ୍ରତିଶତ ଭରଣା କରାଯାଇଛି ।

Leave A Reply

Your email address will not be published.