Latest Odisha News

BREAKING NEWS

ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ମାଆଙ୍କ ପରଲୋକ

ମୁମ୍ବାଇ: ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ମା ଶ୍ରୀମତୀ ସ୍ନେହଲତା ଦୀକ୍ଷିତ ରବିବାର ସକାଳେ ପରଲୋକ ହୋଇଯାଇଛି । ବୟାସଧିକ ଯୋଗୁ ଘରେ ତାଙ୍କର ସ୍ୱାଭାବିକ ଭାବେ ପରଲୋକ ହୋଇଛି । ଅପରାହ୍ନରେ ମୁମ୍ବାଇର ବୈକୁଣ୍ଠ ଧାମରେ ଶେଷକୃତ ସମ୍ପନ୍ନ ହୋଇଛି । ଏହି ସୂଚନା ମାଧୁରୀ ଦୀକ୍ଷିତଙ୍କ ପରିବାର ସଦସ୍ୟ ରିକ୍କୁ ରାକେଶ ନାଥ ପ୍ରଦାନ କରିଛନ୍ତି । ଏଥି ସହିତ ମାଧୁରୀ ଦୀକ୍ଷିତ ମଧ୍ୟ ନିଜେ ଏହି ଦୁଃଖ ଖବର ସେୟାର କରିଛନ୍ତି । ଏହି ଖବର ପାଇ ଅନେକ ନିର୍ମାତା,ନିର୍ଦ୍ଦେଶକ, ଅଭିନେତା, ଅଭିନେତ୍ରୀ ତାଙ୍କ ବାସଭବନକୁ ଯାଇ ମାଆଙ୍କ ଶେଷ ଦର୍ଶନ କରିଥିଲେ ।

BjdElectrycity
Leave A Reply

Your email address will not be published.