Latest Odisha News

ଗୁଳିକାଣ୍ଡର ଦିନକ ପୂର୍ବରୁ ଫୋନରେ ଝିଅ ଦୀପାଳିକୁ କ’ଣ କହିଥିଲେ ନବ ଦାସ ?

ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣା ଏଯାଏ କାହା ମନରୁ ଲିଭି ନଥିବା ବେଳେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । କାହିଁକି ଗୋପାଳ, ମନ୍ତ୍ରୀ ନବ ଦାସଙ୍କୁ ଗୁଳି କଲା ତାହା ଏବେ ବି ଜଣାପଡ଼ିନି । କିନ୍ତୁ ଜାନୁଆରୀ ୨୯ ତାରିଖର ଠିକ୍ ପୂର୍ବ ଦିନ ନବ ତାଙ୍କ ଝିଅ ଦୀପାଳିକୁ ଫୋନ୍ କରି ଦେଖା କରିବାକୁ ଡାକିଥିଲେ ।

ଆଜି ଏ କଥା ସଭାରେ ନିଜେ କହିଛନ୍ତି ଦୀପାଳି ଦାସ । ଜାନୁଆରୀ ୨୯ରେ ଗୁଳିକାଣ୍ଡ ହୋଇଥିବା ବେଳେ ଠିକ୍ ତା ପୂର୍ବଦିନ ୨୮ ତାରିଖରେ ନବ ଦାସ ଝିଅ ଦୀପାଳିଙ୍କୁ ଫୋନ୍ କରିଥିଲେ । ବ୍ଯସ୍ତବିବ୍ରତ ହୋଇ କହିଥିଲେ, ଦୀପାଳି ତୁ ଯେଉଁଠି ବି ଅଛୁ ଶୀଘ୍ର ଝାରସୁଗୁଡ଼ା ଚାଲି ଆସ । ତତେ ମୁଁ ଟିକିଏ ଦେଖିବି । ତୋ ସହ ବହୁତ କିଛି କଥା ହେବାର ଅଛି ବୋଲି ଫୋନରେ ଦୀପାଳିଙ୍କୁ କହିଥିଲେ ନବ ।

ଆଉ ବାପାଙ୍କ କଥା ଅନୁସାରେ, ଦୀପାଳି ସିନା ଝାରସୁଗୁଡ଼ା ଚାଲି ଆସିଥିଲେ । ହେଲେ ସେତେବେଳକୁ ଆଉ କିଛି ନଥିଲା । ଗୋପାଳର ଗୁଳିରେ ଅଚେତ୍ ହୋଇ ପଡ଼ିଥିଲେ ମନ୍ତ୍ରୀ ନବ ଦାସ । କାହିଁକି ନବ ଏତେ ବ୍ୟସ୍ତବିବ୍ରତ ହୋଇ ଦୀପାଳିଙ୍କୁ ଝାରସୁଗୁଡ଼ା ଡାକିଥିଲେ ?

ଆଗୁଆ ନବ ଜାଣି ପାରିଥିଲେ କି ତାଙ୍କ ସହ ଏଭଳି କିଛି ଅଘଟଣ ଘଟିବାକୁ ଯାଉଛି ? ହତ୍ୟାର ଗୋଟିଏ ଦିନ ପୂର୍ବରୁ ନବ ଦାସ ଫୋନ୍ କରି ଡାକିଥିବା ଦୀପାଳି କହିବା ପରେ ଏବେ ନାନା ଚର୍ଚ୍ଚା ହେଉଛି । ଦୀପାଳି କହିଛନ୍ତି, ବାପା କାହିଁକି ଡାକିଲେ ଜାଣିନି । ହୁଏତ ଏହା ବିଧିର ବିଧାନ ଥିଲା ବୋଧେ ।…

Leave A Reply

Your email address will not be published.