Latest Odisha News

BREAKING NEWS

ବିଦେଶ ମାଟିରେ ସମ୍ବଲପୁରୀ ଶାଢୀ ପିନ୍ଧି ୪୨ କିମି ଦୌଡିଲେ ଓଡ଼ିଆ ଝିଅ

ଭୁବନେଶ୍ୱର:ଓଡ଼ିଆ..ବଢିଆ । ଖାଲି ଘରେ ନୁହେଁ ବାହାରେ ବି ବାରି ହୋଇପଡ଼ିବେ ଓଡ଼ିଆ । ବିଦେଶରେ ଚମକ ଦେଖାଇଲେ ଓଡ଼ିଆଣି । ପୁରା ଓଡ଼ିଆଣି ବେଶରେ ବିଦେଶ ମାଟିରେ ସମସ୍ତଙ୍କୁ ଚକିତ କରିଦେଲେ । ସମ୍ବଲପୁରୀ ଶାଢୀ ପିନ୍ଧି ୪୨ କିଲୋମିଟର ରାସ୍ତା ଦୌଡିଲେ । ଏହି ଓଡ଼ିଆଣି ହେଉଛନ୍ତି ମଧୁସ୍ମିତା ଜେନା । ବ୍ରିଟେନର ମଞ୍ଚେଷ୍ଟାରରେ ଆୟାଜିତ ଏକ ମାରାଥନରେ ନାଲି ପ୍ରିଣ୍ଟେଡ ସମ୍ବଲପୁରୀ ଶାଢୀ ପିନ୍ଧି ସେ ୪୨.୨ କିମି ଦୌଡି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଶାଢୀ ପିନ୍ଧି ଏତେ ବାଟ ଦୌଡିବା ନିଶ୍ଚିତ ଭାବେ ଏକ କଷ୍ଟକର ବ୍ୟାପର  । ତଥାପି ଏହାକୁ କରି ଦେଖାଇଛନ୍ତି ମଧୁସ୍ମିତା । ସେ ପୁରା ମାରାଥନ ଦୌଡିଥିଲେ । ମାତ୍ର ୪ଘଣ୍ଟା ୫୦ ମିନିଟ ମଧ୍ୟରେ ସେ ୪୨.୨ କିମି ଦୂରତା ଅତିକ୍ରମ କରିଛନ୍ତି ।

ମଧୁସ୍ମିତା ମଞ୍ଚେଷ୍ଟରରେ ଶିକ୍ଷୟିତ୍ରୀ ଭାବେ କାମ କରନ୍ତି । ସେ ନର୍ଥ ୱେଷ୍ଟ ଇଂଲଣ୍ଡର ଓଡ଼ିଆ କମ୍ୟୁନିଟିର ସେ ଜଣେ ସକ୍ରିୟ ସଦସ୍ୟ । ସେ ଦେଶ, ବିଦେଶରେ ଆୟାଜିତ ମାରାଥନରେ ସେ ଭାଗ ନେଇଥାନ୍ତି ।

ମଧୁସ୍ମିତାଙ୍କର ଏହି ମାରାଥନ ଦୌଡର ଫଟୋକୁ ରାଜେଶ ଭଟ୍ଟ ନାମକ ଜଣେ ବ୍ୟକ୍ତି ଟୁଇଟରରେ ସେୟାର କରିଛନ୍ତି । ସେ ମଧୁସ୍ମିତାଙ୍କୁ ପ୍ରଶଂସା କରିବା ସହ ଏହାର କ୍ୟାପ୍ସନରେ ଲେଖିଛନ୍ତି, ‘ଓଡ଼ିଆ ମାରାଥନର ମଧୁସ୍ମିତା ଜେନାଙ୍କ ପାଇଁ ବହୁତ ବଡ ଉପଲବ୍ଧି । ଏପ୍ରିଲ ୧୬ରେ ଏଠାରେ ଆୟୋଜିତ ମଞ୍ଚେଷ୍ଟର ମାରାଥନରେ ସେ ଶାଢୀ ପିନ୍ଧି ଦୌଡିଥିଲେ । ସେ ପୁରା ମାରାଥନରେ ୪୨.୨ କିମି ଦୌଡିଥିଲେ । ଏହା କଷ୍ଟକର ଥିଲେ ହେଁ ମଧୁ ଏହି ମାରାଥନ ସମ୍ପୂର୍ଣ୍ଣ କରିଥିଲା ।’

Leave A Reply

Your email address will not be published.