Latest Odisha News

BREAKING NEWS

ଭୂକମ୍ପରେ ଥରିଲା ମଧ୍ୟପ୍ରଦେଶ ଏବଂ ଛତିଶଗଡ; ରିକ୍ଟର ସ୍କେଲରେ ତୀବ୍ରତା ୪

ନୂଆଦିଲ୍ଲୀ:  ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ଶୁକ୍ରବାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ଥିବା ଜଣାଯାଇଛି । ଆଜି ସକାଳ ୧୦.୩୧ ରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଛି ।

ନାଶନାଲ ସେଣ୍ଟର ଫର ସୀସମୋଲଜି ଅନୁସାରେ ଭୂକମ୍ପ କେନ୍ଦ୍ର ଗୋଆଲିଅରରୁ ୨୮  କିମି ଦୂର ଭୂପୃଷ୍ଠରୁ ୧୦ କିମି ଭିତରେ ରହିଛି । ଅନ୍ୟପକ୍ଷେ ଛତିଶଗଡର ଅମ୍ବିକାପୁର ସମେତ ଆଖପାଖ ଅଞ୍ଚଳରେ ୧୦ଟା ୩୯ରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ଭଟଗାଁରୁ ୧୧ କିମି ଦୂରରେ ଥିବା ବିଭାଗ ପକ୍ଷରୁ କୁହା ଯାଇଛି ।

ଏଠି କହିରଖିବୁ, ଏହା ପୂର୍ବରୁ ମଙ୍ଗଳବାର ରାତିରେ ଭାରତର ଅନେକ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୬ ଥିଲା । ଏହି ଭୂକମ୍ପର ପ୍ରଭାବ ଦିଲ୍ଲୀ ଏନସିଆର, ଉତ୍ତରପ୍ରଦେଶ, ଜମ୍ମୁକାଶ୍ମୀର, ହିମାଚଳ, ପଞ୍ଜାବ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ ସମେତ ପୁରା ଉତ୍ତର ଭାରତରେ ଅନୁଭୂତ ହୋଇଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳ ଥିଲା । ଏହି ଭୂକମ୍ପ ପରେ ଲୋକେ ଭୟଭୀତ ହୋଇ ଯାଇଥିଲେ । ଲୋକେ ଜୀବନ ବିକଳରେ ଘର ଛାଡି ପଳାଇ ଆସିଥିଲେ । ତେବେ ଏହି ଭୂକମ୍ପରେ କୌଣସି ଜୀବନ ଯାଇଥିବା ବା ବିଶେଷ କ୍ଷୟକ୍ଷତି ହୋଇଥିବା ଖରବ ହସ୍ତଗତ ହୋଇନାହିଁ ।

Leave A Reply

Your email address will not be published.