Latest Odisha News

ଦିଲ୍ଲୀରେ ଜରୁରୀ ବୈଠକ ଡାକିଲା କଂଗ୍ରେସ, ରାହୁଲଙ୍କ ଜେଲ୍ ଦଣ୍ଡାଦେଶ ଉପରେ ହୋଇପାରେ ଚର୍ଚ୍ଚା

ନୂଆଦିଲ୍ଲୀ : AICC ମୁଖ୍ୟାଳୟରେ ଆଜି ବସୁଛି କଂଗ୍ରେସର ଜରୁରୀ ବୈଠକ । ଆଜି ସନ୍ଧ୍ୟା ୫ଟାରେ ବସିବାକୁ ଥିବା ଏହି ବୈଠକରେ ଷ୍ଟିୟରିଂ କମିଟି ସଦସ୍ୟ, ପିସିସି ସଭାପତି, CLP ନେତା ସାମିଲ ହେବେ ବୋଲି ଜଣାପଡ଼ିଛି। ବୈଠକର ଦଳର ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ ଅଧ୍ୟକ୍ଷତା କରିବାକୁ ଥିବାବେଳେ ଏଥିରେ ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶର ସମୀକ୍ଷା ହୋଇପାରେ ବୋଲି ଜଣାପଡ଼ିଛି। ତେବେ AICC ବୈଠକ ଆଗରୁ CPP ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ଆଜି କଂଗ୍ରେସ ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ସାସଂଦ ରାହୁଲ ଗାନ୍ଧି ମଧ୍ୟ ଉପସ୍ଥିତ ଥିଲେ । ଅନ୍ୟପଟେ ପୁଣିଥିରେ ମୋଦି ସରକାରଙ୍କୁ ଆଦାନୀ ପ୍ରସଙ୍ଗରେ ଟାର୍ଗେଟ କରି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, କେନ୍ଦ୍ର ସରକାର ପ୍ରତିଦିନ ଅଦାନୀ ପ୍ରସଙ୍ଗକୁ ଅଣଦେଖା କରିବାକୁ ନୂଆ ନୂଆ ବାହାନା ଖୋଜିବାରେ ବ୍ୟସ୍ତ ଅଛି । ଲୋକଙ୍କ ଟଙ୍କା ନେଇ ବିଦେଶ ଫେରାର ହୋଇଥିବା ନୀରବ ମୋଦି, ଲଳିତ ମୋଦି ଓ ମୋହୁଲ ଚୌକସିଙ୍କ ପରି ବ୍ୟକ୍ତିଙ୍କୁ ମୋଦି କାହିଙ୍କି ବଞ୍ଚାଇବାରେ ଲାଗିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ପ୍ରଥମେ ଚୋରିରେ ସହଯୋଗ ଓ ପରେ ଜାତିଗତ ରାଜନୀତି କରିବା ଲଜ୍ଜାଜନକ ବୋଲି ଖଡଗେ କହିଛନ୍ତି ।

ସୂଚନାଯୋଗ୍ୟ; “ମୋଦି” ସାଙ୍ଗିଆକୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେବା ମାମଲାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଗୁଜରାଟର ଏକ ଜିଲ୍ଲା କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହିତ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ସଂପୃକ୍ତ ଅଦାଲତ ଏହି ରାୟ ଶୁଣାଇବା ପରେ ରାହୁଲଙ୍କୁ ତୁରନ୍ତ ଜାମିନ ପ୍ରଦାନ କରିବା ଏବଂ ଉଚ୍ଚ ନ୍ୟାୟଳାୟରେ ଚ୍ୟାଲେଞ୍ଜ କରିବାକୁ ୩୦ ଦିନର ମହଲତ ଦେଇଥିଲେ ହେଁ ରାହୁଲଙ୍କ ସାଂସଦ ପଦ ବଜାୟ ରହିବା ନେଇ ସାମ୍ବାଧାନିକ ପ୍ରଶ୍ନ ଉଠିଛି। ବଡ଼ କଥା ହେଲା, ପ୍ରାୟ ୧୦ ବର୍ଷ ତଳେ ଯେଉଁ ଅଧ୍ୟାଦେଶକୁ ରାହୁଲ ନିଜେ ଚିରି ଫିଙ୍ଗି ଦେଇଥିଲେ ଆଜି ସେ ସେହି ଆଇନ ପରିଧି ଫାନ୍ଦରେ ପଡ଼ିଛନ୍ତି।

Leave A Reply

Your email address will not be published.