Latest Odisha News

BREAKING NEWS

ବଦନାପୁର-କର୍ମାଡ଼ ଷ୍ଟେସନ ରେଳ ଦୁର୍ଘଟଣା: ରେଳବାଇର ତ୍ଵରିତ ପଦକ୍ଷେପ

ନୂଆଦିଲ୍ଲୀ: ମେ’ ୮, ୨୦୨୦ ଭୋର ୫ଟା ୨୨ ମିନିଟ ସମୟରେ ଏକ ଦୁର୍ଭାଗ୍ୟପୂର୍ଣ୍ଣ ଦୁର୍ଘଟଣାକ୍ରମେ ରେଳ ଧାରଣା ଉପରେ ଶୋଇଥିବା ଲୋକଙ୍କୁ ମନମାଡ଼ ଆଡ଼କୁ ଯାଉଥିବା ଏକ ମାଲବାହୀ ଟ୍ରେନ ଧକ୍କା ଦେଇଛି । ଏହି ଦୁର୍ଘଟଣା ନାନ୍ଦେଡ଼ ଡିଭିଜନ ଅନ୍ତର୍ଗତ ପରଭାନି-ମନମାଡ଼ ସେକ୍ସନର ବଦନାପୁର ଓ କର୍ମାଡ ଷ୍ଟେସନ ମଧ୍ୟରେ ଘଟିଛି ।

ଏହି ଦୁର୍ଘଟଣାରେ ମୋଟ ୧୯ ଜଣଙ୍କ ମଧ୍ୟରୁ ୧୪ ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ୨ ଜଣ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଆହତମାନେ ଔରଙ୍ଗାବାଦ ସିଭିଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଏହି ମାଲବାହୀ ରେଳ ଗାଡ଼ିର ଲୋକୋ ପାଇଲଟ ରେଳଧାରଣା ଉପରେ ଲୋକମାନଙ୍କୁ ଶୋଇଥିବା ଦେଖି ଖୁବଜୋରରେ ହର୍ଣ୍ଣ ବଜାଇଥିଲେ ଏବଂ ରେଳ ଗାଡ଼ିକୁ ଅଟକାଇବାକୁ ସବୁପ୍ରକାର ଚେଷ୍ଟା କରିଥିଲେ।

ସୂଚନା ପାଇବା ମାତ୍ରେ, ତୁରନ୍ତ ରେଳ ସୁରକ୍ଷା ବାହିନୀ (ଆରପିଏଫ), ରେଳବାଇର ସୁରକ୍ଷା ୱିଙ୍ଗ, ଅନ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ଯାଇ ପହଞ୍ଚିଥିଲେ । ନାନ୍ଦେଡ ଡିଭିଜନର ଡିଆରଏମ ଘଟଣାସ୍ଥଳରେ ପହଞ୍ଚି ବ୍ୟକ୍ତିଗତ ଭାବେ ଉଦ୍ଧାର କାର‌୍ୟ୍ୟ ଅନୁଧ୍ୟାନ କରିଛନ୍ତି । ଏହାଛଡ଼ା ଡାକ୍ତର, ନର୍ସ, ସ୍ଵାସ୍ଥ୍ୟକର୍ମୀଙ୍କୁ ନେଇ ଏକ ଚିକିତ୍ସା ଭ୍ୟାନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର‌୍ୟ୍ୟ ସମ୍ପାଦନ କରିଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଦକ୍ଷିଣ କେନ୍ଦ୍ରୀୟ ରେଳବାଇର ମହାପ୍ରବନ୍ଧକ ଗଜାନନ ମାଲ୍ୟା ବିଭିନ୍ନ ବିଭାଗର ମୁଖ୍ୟମାନଙ୍କ ସହିତ ଏକ ବୈଠକରେ ଆଲୋଚନା କରିବା ସହିତ ତୁରନ୍ତ ଉଦ୍ଧାର ଓ ସହାୟତା କାର‌୍ୟ୍ୟ ସମ୍ପାଦନ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ।

ମାମଲାର ତଦନ୍ତ ଲାଗି ଦକ୍ଷିଣ କେନ୍ଦ୍ରୀୟ ରେଳବାଇର ନିରାପତ୍ତା ଆୟୁକ୍ତଙ୍କ ଅଧ୍ୟତାରେ ଏକ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ରେଳ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ ଘଟଣାକୁ ଅନୁଧ୍ୟାନ କରିବା ସହିତ ଏ ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ପଚାରି ବୁଝିଛନ୍ତି ।

Leave A Reply

Your email address will not be published.