Latest Odisha News

BREAKING NEWS

ଇଣ୍ଡୋନେସିଆରେ ୬.୭ ତୀବ୍ରତାର ଭୂକମ୍ପ ଝଟକା, ଜାରି ହୋଇନି ସୁନାମୀ ଆଲର୍ଟ

ଜାକାର୍ତ୍ତା: ମଧ୍ୟରାତ୍ରିରେ ଥରିଲା ଇଣ୍ଡୋନେସିଆ । ଭୂକମ୍ପ ଝଟକାରେ ଥରିଲା ଇଣ୍ଡୋନେସିଆ । ଇଣ୍ଡୋନେସିଆର ତଲାଉଡ୍‌ ଦ୍ୱୀପରେ ୬.୭ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏନେଇ ସୂଚନା ଦେଇଛି ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର । ତେବେ ବର୍ତ୍ତମାନ ସୁଦ୍ଧା ସୁନାମୀ ଆଲର୍ଟ ଜାରି କରାଯାଇ ନାହିଁ ।

BjdElectrycity

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୨ଟା ସମୟରେ ତଲାଉଡ୍‌ ଦ୍ୱୀପରେ ଭୁକମ୍ପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲ୍ ରେ ଏହାର ତୀବ୍ରତା ୬.୭ ଥିବା ବେଳେ ଗଭୀରତା ୮୦କିଲୋମିଟର ଥିବା ସୂଚନା ମିଳିଛି । ଭୂକମ୍ପର ଅକ୍ଷାଂଶ ୪.୭୫ ଏବଂ ଦ୍ରାଘିମା ୧୨୬.୩୮  ରହିଥିଲା । ତେବେ ଭୂକମ୍ପ ଜନିତ କ୍ଷୟକ୍ଷତି ନେଇ ଏଯାବତ୍ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଏପରିକି ସୁନାମୀ ଆଲର୍ଟ ମଧ୍ୟ ଜାରି କରାଯାଇ ନାହିଁ । ତେବେ ଶକ୍ତିଶାଳୀ ଭୂକମ୍ପ ପରେ ଭୟରେ ସ୍ଥାନୀୟ ଲୋକେ ଘର ଠାରୁ ଦୂରକୁ ଚାଲିଯାଇଛନ୍ତି ।

 

 

Leave A Reply

Your email address will not be published.