ପ୍ରୟାଗରାଜ: ପ୍ରୟାଗରାଜ ମହାକୁମ୍ଭ ମେଳାରେ 95ବର୍ଷୀୟ ଅଘୋରୀ ବାବା କାଳପୁରୁଷଙ୍କ ଭବିଷ୍ୟବାଣୀକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ବାବାଙ୍କ ମୁହଁରେ ଲାଲ ରଙ୍ଗ ଓ ଭସ୍ମ। କୁହାଯାଏ, ବାବା କୁଆଡେ ହିମାଳୟରେ ବର୍ଷ ବର୍ଷ ଧରି ଧ୍ୟାନ କରିଛନ୍ତି। ତେବେ ଏଥର କୁମ୍ଭମେଳାରେ ବାବାଙ୍କ ଭବିଷ୍ୟବାଣୀ ଶୁଣି ଶ୍ରଦ୍ଧାଳୁ ଚମକିଛନ୍ତି। ପୂର୍ବରୁ ବି ବାବାଙ୍କର ଅନେକ ଭବିଷ୍ୟବାଣୀ ସତ ହୋଇଛି।
ଆଗକୁ ପୃଥିବୀରେ ହେବାକୁ ଥିବା ପରିବର୍ତ୍ତନ ନେଇ ମହାକୁମ୍ଭ ମେଳାରେ ଚେତାଇଛନ୍ତି ଅଘୋରି ବାବା କାଳପୁରୁଷ। ଉଚ୍ଚସ୍ବରରେ ଚେତାବନୀ ଦେଇ କହିଛନ୍ତି, ଚିତା ଜଳିବ, ପବନ କଳା ହୋଇଯିବ। ମଣିଷ ଭୁଲି ଯାଇଛି, ହେଲେ ନଦୀ ସେସବୁ ମନେ ରଖିଛି। ଗଙ୍ଗା କାନ୍ଦିଲେ ସେ ଲୁହରେ ଚାରିଆଡେ ଭର୍ତ୍ତି ହୋଇଯିବ। ଆଉ ଏସବୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବାବା କାଳପୁରୁଷ କହିଛନ୍ତି।
ମହାକୁମ୍ଭ ମେଳା 12ବର୍ଷରେ ଥରେ ଲାଗେ, ଏପର୍ଯ୍ୟନ୍ତ 7ଟି ମହାକୁମ୍ଭ ମେଳାରେ ସାମିଲ ହୋଇ ସାରିଛନ୍ତି ଅଘୋରି ବାବା କାଳପୁରୁଷ। ତେବେ ଏଥରର ସଂକେତ ସବୁଥର ଠାରୁ ଅଲଗା ବୋଲି ସେ କହିଛନ୍ତି। ଏଥର ଶବ ସତ୍କାର ସ୍ଥାନରେ କାଉ ଭିନ୍ନ ସ୍ବର ସୃଷ୍ଟି କରୁଥିବା ବେଳେ ଶବ ବ୍ୟତିବ୍ୟସ୍ତ ହୋଇ ପଡିଥିବା ବାବା କହିଛନ୍ତି।
ଆଗକୁ ନଦୀ ରାସ୍ତା ବଦଳାଇବ। ପାହାଡରୁ ବରଫ ଖସିବା ସହ ନଦୀ ଏକାଠି ହୋଇ ନୂଆ ରାସ୍ତା ଖୋଜିବେ। ଅନେକ ମନ୍ଦିର ପୁଣି ଧରଣୀ କୋଳକୁ ଫେରିବେ। ଖାଲି ସେତିକି ନୁହେଁ ସଙ୍ଗମ ସ୍ଥଳକୁ ନେଇ ବି ବାବା ଭବିଷ୍ୟବାଣୀ କରିଛନ୍ତି। ସମୟ ସହ ସଂଗମସ୍ଥଳ ବଦଳିଯିବ. ଭବିଷ୍ୟତ ପୀଢି ନୂଆ ସଂଗମ ସ୍ଥଳୀରେ କୁମ୍ଭମେଳା ଆୟୋଜନ କରିବ। ବାବାଙ୍କ ଭବିଷ୍ୟବାଣୀରେ ଆଗାମୀ ବିନାଶକୁ ନେଇ ସଂକେତ ରହିଛି। ଅମାବାସ୍ୟା ରାତିରେ ବାବା କାଳପୁରୁଷଙ୍କ ଭବିଷ୍ୟବାଣୀ ଜଳବାୟୁ ପରିବର୍ତ୍ତନ ଓ ଏହାର ପ୍ରଭାବ ଦିଗକୁ ଇସାରା କରୁଛି। ଅଧିକାଂଶ ସମୟରେ ବାବା ପାଣିକୁ ନେଇ ହିଁ ଭବିଷ୍ୟବାଣୀ କରନ୍ତି। ତେବେ ଏଥରର ଭବିଷ୍ୟବାଣୀ କେତେ ସତ ହେବ, ତା ସମୟ ହିଁ କହିବ।
ବ୍ୟୁରୋ ରିପୋର୍ଟ, ଓଡିଶା ସମ୍ବାଦ
Comments are closed.