Latest Odisha News

BREAKING NEWS

ମହାକୁମ୍ଭରେ ଧନୀ ସାଧୁ; ଚର୍ଚ୍ଚାରେ ବାବାଙ୍କ ରୋଲ୍ସ ରଏସ, ରେଞ୍ଜ ରୋଭର୍… 

ପ୍ରୟାଗରାଜ: ପ୍ରୟାଗରାଜରେ ୨୦୨୫ ମହାକୁମ୍ଭକୁ ନେଇ ସବୁଠି ଚର୍ଚ୍ଚା। ସାଧୁସନ୍ଥଙ୍କ ବିବାଦୀୟ ବୟାନ ହେଉ କି ନିଆରା କାର୍ଯ୍ୟଶୈଳୀ। ଆଉ ଏବେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି ସାଧୁଙ୍କ ମହଙ୍ଗା ତଥା ବିଳାସପୂର୍ଣ୍ଣ କାର।

ସୂଚନା ଅନୁଯାୟୀ, ଏହି ଗାଡି଼ ମଧ୍ଯରେ ୧୯୬୫ ମସିହାର କ୍ଲାସିକ୍ ରୋଲ୍ସ-ରଏସ୍ ଠାରୁ ଆରମ୍ଭ କରି ଅଡି କ୍ୟୁ୭, ମର୍ସିଡିଜ୍-ବେଞ୍ଜ, ରେଞ୍ଜ ରୋଭର୍ସ ଏବଂ ଡିଫେଣ୍ଡର୍ସ ଅନ୍ତର୍ଭୁକ୍ତ ରହିଛି। ଯାହାର ମୂଲ୍ୟ ୨୫ ଲକ୍ଷ ଟଙ୍କାରୁ ଆରମ୍ଭ କରି ୨୦ କୋଟି ଟଙ୍କା ପର୍ଯ୍ୟନ୍ତ ରହିଛି।

ତେବେ ପ୍ରମୁଖ ଆଖଡାର ବୟସ୍କ ସାଧୁମାନେ ଏହି ବିଳାସପୂର୍ଣ୍ଣ କାରଗୁଡ଼ିକର ମଜା ନେଉଥିବା କୁହାଯାଉଛି। ସହରର ଭିଆଇପି ମାର୍ଗ ସେକ୍ଟର-୨୦ରେ ଥିବା ତ୍ରିବେଣୀ ମାର୍ଗ ଓ କାଳୀ ମାର୍ଗରେ ଏଗୁଡ଼ିକୁ ଦେଖିବାକୁ ମିଳୁଛି। ଏପ୍ରକାର ମହଙ୍ଗା ଓ ବିଳାସପୂର୍ଣ୍ଣ କାରରେ ମହାକୁମ୍ଭକୁ ଆସୁଥିବା ବାବାମାନଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

 

Comments are closed.