Latest Odisha News

BREAKING NEWS

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ: ଆଜିଠୁ ତିନି ଦିନ ଧରି ଚାଲିବ ମହାଯଜ୍ଞ

ପୁରୀ: ଆସନ୍ତା ୧୭ ତାରିଖରେ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ । ଏନେଇ ଚଳଚଞ୍ଚଳ ସମଗ୍ର ଶ୍ରୀକ୍ଷେତ୍ର । ଅଙ୍କୁର ପୂଜନ ପରେ ଆଜିଠୁ ଆରମ୍ଭ ହେବ । ତିନି ଦିନ ପର୍ଯ୍ୟନ୍ତ ଚାଲିବ ହୋମଯଜ୍ଞ । ଏଥିପାଇଁ ବରଣ ହୋଇଥିବା ବ୍ରାହ୍ମଣମାନେ ଚଣ୍ଡୀପାଠ ସହ ଅନ୍ୟାନ୍ୟ ମନ୍ତ୍ରପାଠ କରୁଛନ୍ତି । ବେଦପାଠ ସାଙ୍ଗକୁ ନାମ ସଂକୀର୍ତ୍ତନରେ ପ୍ରକମ୍ପିତ ହେଉଛି ଶ୍ରୀମନ୍ଦିର ଚାରି ଦ୍ୱାର ।

ଅଖଣ୍ଡ ଦୀପ ସ୍ଥାପନ ସହ ଆରମ୍ଭ ହୋଇଯିବ ଯଜ୍ଞ ବିଧି । ଅପରାହ୍ଣ ୩ ଟାରେ ଯଜ୍ଞକୁଣ୍ଡରେ ଅଗ୍ନି ସଂଯୋଗ କରାଯିବ। ଶ୍ରୀମନ୍ଦିରର ଚାରି ଦ୍ବାରା ଯଥା ସିଂହଦ୍ୱାରରେ ଋକ୍ ବେଦ, ପଶ୍ଚିମଦ୍ୱାରରେ ସାମ ବେଦ, ଉତ୍ତରଦ୍ୱାରରେ ଅର୍ଥବ ବେଦ ଏବଂ ଦକ୍ଷିଣ ଦ୍ୱାରରେ ଯର୍ଜୁ ବେଦ ପାଠ କରାଯିବ । ଏହି ମହାଯଜ୍ଞ ରେ ୪୮ ଜଣ ଆଚାର୍ଯ୍ୟଙ୍କ ଦ୍ବାରା ମନ୍ତ୍ରୋଚାରଣ । ଏଥିପାଇଁ ଯଜ୍ଞସ୍ଥଳରେ ଏକାଠି ହୋଇଛନ୍ତି ସମସ୍ତ ଆଚାର୍ଯ୍ୟ ।

ଯଜ୍ଞ କାର୍ଯ୍ୟ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଅନ୍ୟପଟେ ଲୋକାର୍ପଣ ମହୋତ୍ସବ ପାଇଁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଗଲାଣି ଶ୍ରଦ୍ଧାଳୁଙ୍କ ଗହଳି । ପ୍ରତିଦିନ ଜନ ସମୁଦ୍ର ପାଲଟୁଛି ଶ୍ରୀକ୍ଷେତ୍ର । ୧୭ ତାରିଖରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଯଜ୍ଞର ପୂର୍ଣ୍ଣାହୁତି ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପର ଲୋକାର୍ପଣ କରିବେ । ଲୋକାର୍ପଣ ଉତ୍ସବକୁ ଦେଶ ବିଦେଶରୁ ପ୍ରାୟ ୯ ଶହ ଅତିଥି ଆସିବେ ।

ସେପଟେ ଲୋକାର୍ପଣ ଉତ୍ସବ ପାଇଁ ଝଲସୁଛି ଶ୍ରୀକ୍ଷେତ୍ର । ଖଣ୍ଡୋଲାଇଟ୍‌ ପଥରରେ ନିର୍ମିତ କଳାକୃତି କଳିଙ୍ଗ ଉତ୍କର୍ଷ କଳାର ଗାଥା ବଖାଣୁଛି । ପରିକ୍ରମା ପ୍ରକଳ୍ପରେ ବିଭିନ୍ନ ସ୍ଥାନରେ ପ୍ରଭୁଙ୍କ ଅତିପ୍ରିୟ ତୁଳସୀ ଗଛ ରୋପଣ କରାଯାଇଛି । ତୁଳସୀ ଗଛ ସହ କାମିନୀ, ମଲ୍ଲୀ, ହେନା, ଜୁଇ, ଟଗର, ଟରାଟ, ସୁଗନ୍ଧରାଜ, କୁନ୍ଦମଲ୍ଲୀ, ରେଡ ଆଲ୍ଡର, ଗ୍ରିନ ଆଲ୍ଡର, ପେଣ୍ଟାସ, ସିଜିୟମ, ଇକ୍ଜୋରା, ରୋଇଓ, ଆମାଜନ ବ୍ଲୁ ଓ ପାଣ୍ଡାନସ ଭଳି ଗଛ ଶୋଭା ପାଉଛି।

Leave A Reply

Your email address will not be published.