Latest Odisha News

BREAKING NEWS

ମକର ସଂକ୍ରାନ୍ତିରେ ଅଘଟଣ: ଗୁଡି ସୂତା ଲାଗି ୨ ଆହତ

କଟକ: ମକର ସଂକ୍ରାନ୍ତି ପାଇଁ ଗାଁଠୁ ସହର ଚାରିଆଡେ ଏବେ ଉତ୍ସବର ମାହୋଲ । କିନ୍ତୁ ଏହାରି ଭିତରେ କଟକରେ ଘଟିଲା ଅଘଟଣ । ଗୁଡି ସୂତା ଲାଗି ଦୁଇ ଜଣ ବାଇକ୍ ଆରୋହି ଗୁରୁତର ଆହତ ହୋଇଛନ୍ତି । ଜଣଙ୍କର ବେକରେ ସୂତା ଲାଗିଥିବା ବେଳେ ଅନ୍ୟ ଜଣଙ୍କର ପାପୁଲିରେ ସୂତା ଲାଗି କଟିଯାଇଛି । ୨ ଯୁବକ ନିଆଳି ଅଞ୍ଚଳର ହୋଇଥିବା ବେଳେ ବାଇକରେ କଟକ ଆସୁଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ନିଆଳିର ଦୁଇ ଜଣ ଯୁବକ ଆଜି ବାଇକରେ କଟକ ଆସୁଥିବାବେଳେ ବାଲିକୁଦା ଛକରେ ହଠାତ୍ ତାଙ୍କ ବେକରେ ଗୁଡି ସୂତା ଲାଗିଯାଇଥିଲା । ଏଥିରେ ଜଣେ ଯୁବକଙ୍କ ବେକରେ ଆଘାତ ଲାଗିଥିବାବେଳେ ଅନ୍ୟ ଜଣଙ୍କ ପାପୁଲି କଟି ରକ୍ତାକ୍ତ ହୋଇଛି । ଉଭୟ ଆହତଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁଡି ଉଡା ପାଇଁ ଚାଇନା ଗୁଡି ସୂତା ବ୍ୟାନ୍ ହୋଇଥିବାବେଳେ ଏହା କିପରି ମାର୍କେଟରେ ମିଳୁଛି ଏବଂ ଗୁଡି ଉଡାରେ ବ୍ୟବହାର ହେଉଛି ତାହା ଏବେ ସବୁଠାରୁ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Leave A Reply

Your email address will not be published.