Latest Odisha News

BREAKING NEWS

୧୫ ହଜାର ଗୀତ ପୂରଣ କଲା ତାଲ୍ ମ୍ୟୁଜିକ୍

ଭୁବନେଶ୍ବର : ବିଗତ ୨୦୦୧ ମସିହାରୁ ଆଜି ପର୍ଯ୍ୟନ୍ତ ତାଲ ମ୍ୟୁଜିକ ଓଡିଶା ସଙ୍ଗୀତ ଜଗତକୁ ତାର ଭେଟି ଦେଇ ଆସିଛି  । ବହୁ ଉତଥାନ ପତନ ଦେଇ ଗତି କରି ଆଜି ଏହି ସ୍ଥାନରେ ପହଞ୍ଚିଛି ତାଲ ମ୍ୟୁଜିକ୍  । ଆଜି ସେ ଶୁଭ ମୁହୂର୍ତ୍ତ ଆସିଛି । ତାଲ ମ୍ୟୁଜିକ ୧୫ ହଜାର ଗୀତରେ ପଦାର୍ପଣ କରିଛି । ଏହି ଅବସରରେ ଆଜି ଏକାସଙ୍ଗେ ୮ଟି ନୂଆ ଗୀତ ମୁକ୍ତିଲାଭ କରିବାକୁ  ଯାଉଛି ।  ପ୍ରଯୋଜକ ଦେବାଶିଷ ମଲ୍ଲିକ, ଗୀତିକାର ସୁବାଷ ପରିଡା ଏବଂ ସିନେକ୍ରିଟିକ୍ସ ର ପ୍ରଯୋଜକ ରାକେଶ ଭୁଜବଳଙ୍କ ସହଯୋଗରେ ଆଜି ଏହା  ସଫଳ ହୋଇପାରିଛି  ।

ଗୀତିକାର ସୁବାଷ ଚନ୍ଦ୍ର ପରିଡା ଗୀତଟିକୁ ଲେଖିଥିବା ବେଳେ ଦେବାଶିଷ ମଲ୍ଲିକ ସଙ୍ଗୀତ ନିର୍ଦେଶନା ଦେଇଛନ୍ତି । ଗୀତ ଗୁଡିକରେ କଣ୍ଠଦାନ କରିଛନ୍ତି  କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର, ସୌରଭ ନାୟକ, କରୁଣାକର, ରୁଦ୍ର ମହାନ୍ତି, ମାନସ ପ୍ରିତମ, ଅଭିଜିତ ମିଶ୍ର, ଅନୁରାଗ ଦାସ, ଶ୍ରୀତମ, ସାଇନା ଏବଂ ବୈଭଵୀ ଗଡ଼ନାୟକ । ଗୀତଗୁଡିକ ସିନେକ୍ରିଟିକ୍ସ ୟୁଟ୍ୟୁବ ଚ୍ୟାନେଲ ରେ ମୁକ୍ତିଲାଭ କରିବ  ।

Leave A Reply

Your email address will not be published.