Latest Odisha News

BREAKING NEWS

ଆସନ୍ତାକାଲି ‘ମହାନଦୀ ସତ୍ୟାଗ୍ରହ’

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ଟ୍ରିବୁନାଲ ଓଡିଶା ଗସ୍ତର ଆସି ଝାରସୁଗୁଡ଼ାରେ ପହଞ୍ଚିଛନ୍ତି । ୨ଟି ପର୍ଯ୍ୟାୟରେ ଟ୍ରିବୁନାଲର ପ୍ରତିନିଧି ମଣ୍ଡଳୀ ଛତିଶଗଡରେ ମହାନଦୀର ସ୍ଥିତି ଅନୁଧ୍ୟାନ କରିବା ପରେ ଆଜିଠୁ ୨୮ ତାରିଖ ପଯ‎ର୍ନ୍ତ ୯ ଦିନ ଧରି ଓଡ଼ିଶାରେ ମହାନଦୀର ସ୍ଥିତି ଅନୁଧ୍ୟାନ କରିବେ । ହୀରାକୁଦ ଠାରୁ ମହାନଦୀର ଡେଲଟା ପର୍ଯ୍ୟନ୍ତ ସେମାନେ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଯିବାର କା‏ଯ‎ର୍କ୍ରମ ରହିଛି ।

ଏହି ପରିପ୍ରେକ୍ଷୀରେ ମହାନଦୀ ବଂଚାଅ ଆନ୍ଦୋଳନ ପକ୍ଷରୁ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୨୦ ତାରିଖରେ ଝାରସୁଗୁଡ଼ାର କନକତୋରାସ୍ଥିତି କେଲୋ ନଦୀ କୁଳରେ ଲୁହାବଗାଠାରେ ମହାନଦୀ ସତ୍ୟାଗ୍ରହ ଆୟୋଜନ କରାଯିବ । ମହାନଦୀ ଆନ୍ଦୋଳନର ଶତାଧିକ ସାଥୀ ସେଠାରେ ଯୋଗ ଦେବେ । ମହାନଦୀ ଟ୍ରିବୁନାଲର କାର୍ଯ୍ୟକାଳ ୫ ବର୍ଷ ପୂରି ଯାଇଛି ।

ଏହି ୫ ବର୍ଷଭିତରେ ଏକ ଅନ୍ତରୀଣ ରାୟ ମାଧ୍ୟମରେଅଣ ମୌସୁମୀ ସମୟରେ ହୀରାକୁଦ ଜଳ ଭଣ୍ଡାରର ଓ ନଦୀର ପରିବେଶଗତ ପ୍ରବାହ ସୁରକ୍ଷା ପାଇଁ ମହାନଦୀରେ ଆବଶ୍ୟକ ପରିମାଣର ପାଣି ଛାଡିବାର ଆବେଦନକୁ ଟ୍ରିବୁନାଲ ଗୁରୁତ୍ୱ ଦୋଇ ନାହିଁ । ଏହା ଓଡ଼ିଶାବାସୀ ଏବଂ ପରିବେଶ ପ୍ରେମୀମାନଙ୍କୁ ମର୍ମାହତକରିଛି । ଖରା ଦିନେ ମହାନଦୀ ଶୁଖିଲା ପଡୁଛି । ଛତିଶଗଡ ପଟରେ ମହାନଦୀରୁ ଓଡ଼ିଶା ପଟକୁ ପାଣିଛଡା ଯାଉ ନାହିଁ । ଫଳରେ ହୀରାକୁଦରେ ପାଣିର ଅଭାବ ସାଂଗକୁ ତଳମୁଣ୍ଡରେ ମଧ୍ୟ ଜଳାଭାବ ଦେଖା ଦେଇଛି । ହୀରାକୁଦର ତଳମୁଣ୍ଡରେ ଏବେ ପିଇବା ପାଣିର ସଂକଟ ଦେଖା ଦେଇଛି ।

ଏହି ପରିପ୍ରେକ୍ଷୀରେ ଟ୍ରିବୁନାଲ ନିରବ ଦ୍ରଷ୍ଟା ସାଜିବା ଅତ୍ୟନ୍ତ ପରିତାପର ବିଷୟ । ମହାନଦୀର ଏହି ବାସ୍ତବଚିତ୍ର ପ୍ରତି ଟ୍ରିବୁନାଲର ଦୃଷ୍ଟି ଆକର୍ଷଣ ପାଇଁ ମହାନଦୀ ବଂଚାଅ ଆନ୍ଦୋଳନ ଏହି ସତ୍ୟାଗ୍ରହର ଆୟୋଜନ କରିଛି । ପ୍ରେସ ବିଜ୍ଞପ୍ତିରେ ଆନ୍ଦୋଳନର ଆବାହକ- ସୁଦର୍ଶନ ଦାସ, ସଂଯୋଜକ-ବିଜୟ ପ୍ରଧାନ, ପ୍ରବକ୍ତା-ପ୍ରସନ୍ନବିଶୋଇ, ପ୍ରଭାସିନୀରାଉତ, ସଚି ପ୍ରଧାନ, ନିରଦ ବରଣଖୁଣ୍ଟିଆ, ଗୈାତମବେହେରା, ମେହେବୁବ‏ମହତାବଗୈାତମସାହୁ, ନରେଶସାହୁ, ଜୀବର୍ଦ୍ଦନ କଲ୍ୟାରୀ, ବ୍ରଜମୋହନ କଲ୍ୟାରୀ ପ୍ରମୁଖ ସତ୍ୟାଗ୍ରହକୁ ସଫଳ କରିବା ପାଇଁ ନିବେଦନ କରିଛନ୍ତି ।

Leave A Reply

Your email address will not be published.