Latest Odisha News

ପିଲାଙ୍କ ଟିଫିନ ପ୍ରସ୍ତୁତ କରିବା ପାଇଁ ତୃତୀୟ ଥର ପାଇଁ ଟେନିସରୁ ଅବସର ନେଲେ କ୍ଲାଇଷ୍ଟର୍ସ

ଲଣ୍ଡନ: ବିଶ୍ୱର ପୂର୍ବତନ ଏକ ନମ୍ବର ମହିଳା ଟେନିସ ଖେଳାଳି ତୃତୀୟ ଥର ପାଇଁ ଅବସର ଘୋଷଣା କରିଛନ୍ତି । ୩୮ ବର୍ଷୀୟ ଏହି ବେଲଜିୟମ ଷ୍ଟାର ଖେଳାଳି କହିଛନ୍ତି ପିଲାଙ୍କ ଟିଫିନ ପ୍ରସ୍ତୁତ କରିବା ପାଇଁ ମୁଁ ବାଧ୍ୟ ହୋଇ ଅବସର ନେଉଛି । ଏହା ପୂର୍ବରୁ ୨୦୦୭ରେ ପରିବାର ଆରମ୍ଭ କରିବା ପାଇଁ ସେ ପ୍ରଥମେ ଅବସର ନେଇଥିଲେ । ୨୦୦୯ରେ ସେ କୋର୍ଟକୁ ଫେରିବା ସହ ୩ଟି ଗ୍ରାଣ୍ଡ ସ୍ଲାମ ଜିତିଥିଲେ ।

୨୦୧୨ରେ ଦ୍ୱିତୀୟ ଥର ପାଇଁ ଟେନିସକୁ ଅଲବିଦା କହିଥିଲେ । ୨୦୨୦ରେ ସେ ପୁଣି ର‌୍ୟାକେଟ ଧରିଥିଲେ । କିମ ତାଙ୍କ ପତି ବ୍ରାଇନ ଏବଂ ୩ଟି ପିଲାଙ୍କ ସହ ବେଲଜିୟମ ଛାଡି ନ୍ୟୁ ଜର୍ସିରେ ରହୁଛନ୍ତି । ପରିବାର ସହ ସମୟ କାଟିବା ମୋ ପାଇଁ ସବୁଠାରୁ ଜରୁରୀ ବୋଲି ସେ କହିଛନ୍ତି । ତେବେ ଏହା ପରେ ତାଙ୍କର ଟେନିସ ପ୍ରତ୍ୟାବର୍ତନ କରିବା ସମ୍ଭାବନା କ୍ଷୀଣ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.