Latest Odisha News

BREAKING NEWS

ମାହାଙ୍ଗା ମିଷ୍ଟ୍ରି : ବ୍ୟାପକ ହେବ ତଦନ୍ତ- ଏସପି

କଟକ: ବହୁ ଚର୍ଚ୍ଚିତ ମାହାଙ୍ଗା ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ଗ୍ରାମାଞ୍ଚଳ ଏସପି  । ତଦନ୍ତ ବ୍ୟାପକ ହେବ ବୋଲି କହିଛନ୍ତି ଏସପି ମିହିର ପଣ୍ଡା । ବିଭିନ୍ନ ଦିଗକୁ ନେଇ ତଦନ୍ତ ହେବ  । ଏବଂ ତଦନ୍ତର କୌଣସି ବି ଦିଗକୁ ଛଡାଯିବନି । ଘଟଣାରେ ଯିଏ ବି ସମ୍ପୃକ୍ତ ଥିବେ , ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ  । ତଦନ୍ତ କରିବା ପରେ ଯାହା ଫଳାଫଳ ଆସିବ , ସହି ଅନୁସାରେ ପଦକ୍ଷେପ ନିଆଯିବ । ଶରତ ନାୟକଙ୍କ ବୟାନ ରେକର୍ଡ କରାଯାଇଥିବା କହିଛନ୍ତି ଏସପି ।

ସେପଟେ ଏହି ଘଟଣାରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଦାବି କରିଛନ୍ତି ବିଜେପି ରାଜ୍ୟ ଉପସଭାପତି ଲେଖାଶ୍ରୀ ସାମନ୍ତସିଂହାର । ନିଲମ୍ବିତ ନେତା ଶରତ ନାୟକ ପ୍ରତାପ ଜେନାଙ୍କ ସହଯୋଗୀ ଥିଲେ । ପୋଲିସକୁ ଲଗାଇ ଘଟଣାକୁ ଚାପି ଦେବାର ଷଡଯନ୍ତ୍ର ରଚିଥିଲେ । ସେ ମଧ୍ୟ ତଦନ୍ତ ପରିସରକୁ ଆସିବା ଦରକାର ବୋଲି କହିଛନ୍ତି ଲେଖାଶ୍ରୀ । ପୋଲିସ ଅଧିକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି  ।  ଦୁଇ ମାସ ଘଟଣାକୁ ଚାପି ଦେଲେ , ପୋଷ୍ଟମର୍ଟମ ମଧ୍ୟ କଲେନି । କାହିଁକି ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନି ବୋଲି ପ୍ରଶ୍ନ କରିଛନ୍ତି  ଲେଖାଶ୍ରୀ  ।

ଅନ୍ୟପଟେ ଗତକାଲି ଗୋକନ ସ୍କୁଲ କ୍ରୀଡା ଶିକ୍ଷକଙ୍କୁ ଅଧିକ ପଚରାଉଚରା କରିଥିଲେ  ତଦନ୍ତ ଅଧିକାରୀ । ଜଗସିଂହପୁର ଥାନା ଛେଳିଆଗଡ ଘରେ ଶିକ୍ଷକଙ୍କୁ ପଚରାଉଚରା କରାଯାଇଥିଲା ।  କେବଳ ଖେଳ ଶିକ୍ଷକ ନୁହଁନ୍ତି , ତାଙ୍କ ମାଆଙ୍କୁ ବି ପୋଲିସ ପଚରାଉଚରା ଜାରି ରଖିଥିଲା ।  ପଚରାଉଚରା ଉଭୟ ମାଆ, ପୁଅଙ୍କ ବୟାନ ରେକର୍ଡ କରାଯାଇଥିଲା । ଏହି ଘଟଣାରେ ରାଜ୍ୟ ମହିଳା କମିଶନ ନିଜ ଆଡୁ ମାମଲା ରୁଜ୍ଜୁ କରିଥିଲେ । ଏବଂ  ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.